ପିପିଏଲ୍ ସାର କାରଖାନାରେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ-ହାଇୱା ଚଢି ଯିବାରୁ ସୁପରଭାଇଜରଙ୍କ ମୃତ୍ୟୁ

ପାରାଦୀପ,୯ା୧୧(ଚକ୍ରଧର ଦାଶଙ୍କ ଠାରୁ): ପାରାଦୀପସ୍ଥିତ ପାରାଦୀପ ଫସଫେଟସ୍ ଲିମିଟେଡ୍ (ପିପିଏଲ୍‌) ସାର କାରଖାନା ଭିତରେ ସୁରକ୍ଷା ବ୍ୟବସ୍ଥା କେତେ ସୁଦୃଢ ତା’ର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶଯେ, ପାରାଦୀପସ୍ଥିତ ଅନ୍ୟତମ ସାର ଉତ୍ପାଦନକାରୀ ସଂସ୍ଥା ପିପିଏଲ୍ ପରିସରେ ରବିବାର ରାତିରେ ଏକ ହାଇୱା ଚଢିଯିବାରୁ ସେଠାରେ କାମ କରୁଥିବା କାରଖାନା ନିକଟସ୍ଥ ରଙ୍ଗିଆଗଡ ଗ୍ରାମର ପ୍ରଶାନ୍ତ ମଲ୍ଲିକଙ୍କର ମୃତ୍ୟୁ ଘଟିଛି । ପ୍ରଶାନ୍ତ ପିପିଏଲ୍ ଠାରୁ ଠିକା କାମ ନେଇଥିବା ଏକ ସଂସ୍ଥାରେ ସୁପରଭାଇଜର ଭାବେ କାମ କରୁଥିଲେ । ରବିବାର ରାତିରେ ସେ ଡ୍ୟୁଟି କରୁଥିବା ସମୟରେ ଏକ ହାଇୱା ତାଙ୍କୁ ଚାପି ଦେଇଥିଲା । ଘଟଣାସ୍ଥଳରେ ହିଁ ପ୍ରଶାନ୍ତଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ରଙ୍ଗିଆଗଡ ଗ୍ରାମବାସୀ ଉତ୍ୟକ୍ତ ହୋଇ କମ୍ପାନୀର ମୁଖ୍ୟ ଫାଟକ ଅବରୋଧ କରିବା ସହିତ କମ୍ପାନୀ ଭିତରକୁ କାହାରିକୁ ଛାଡି ନ ଥିଲେ । ଦୂର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରଶାନ୍ତ ଏକ ଗରୀବ ପରିବାରର ଜଣେ ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ରୋଜଗାରିଆ ପୁଅର ମୃତ୍ୟୁରେ ପରିବାର ମ୍ରିୟମାଣ ହୋଇପଡିଥିଲେ । ଗ୍ରାମବାସୀ ଓ ସାହିପଡିଶା ପିପିଏଲ୍ ରାସ୍ତା ଅବରୋଧ କରି ମୃତ ପରିବାରକୁ ୫୦ଲକ୍ଷ ଟଙ୍କା ଓ ପରିବାରରୁ ଜଣକୁ ଚାକିରୀ ଦେବାକୁ ଅଡି ବସିଥିଲେ । ଏହାକୁ ନେଇ ସେଠାରେ ଚାପା ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ପାରାଦୀପର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିମାଇଁ ଚରଣ ସେଠୀ, ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର, ପୋଲିସ୍ ବାହିନୀ ସହିତ ଉପସ୍ଥିତ ରହି ଲୋକମାନଙ୍କ ସହିତ ଆଲୋଚନା କରିଥିଲେ । ରବିବାର ବିଳମ୍ବିତ ରାତିରେ ଏହି ଦୂର୍ଘଟଣା ଘଟିଥିଲେ ବି ନା ପିପିଏଲ୍ କର୍ତୃପକ୍ଷ ନା ସଂପୃକ୍ତ ଠିକା ସଂସ୍ଥା କେହିବି ମୃତକଙ୍କ ପରିବାର ନିକଟରେ ପହଂଚି ନ ଥିଲେ । ଫଳରେ ଉତେଜନା ଅଧିକ ଦେଖାଦେଇଥିଲା । ପିପିଏଲ୍‌ର ଏଭଳି ଅବହେଳାକୁ ଗ୍ରାମବାସୀମାନେ ଦୃଢ ନିନ୍ଦା କରିଥିଲେ । ଗତ କାଲି ସୋମବାର ଅପରାହ୍ନରେ ପୋଲିସ୍ ଉପସ୍ଥିତିରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ମୃତ ପରିବାରକୁ ଅଢେଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓ ପରିବାରର ଜଣଙ୍କୁ ଠିକା ସଂସ୍ଥା ଅଧିନରେ ନିଯୁକ୍ତି ମିଳିବାକୁ ପ୍ରତିଶୃତି ମିଳିବା ପରେ ରାସ୍ତା ଅବରୋଧ ହଟିବା ନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସେଠୀ ସୂଚନା ଦେଇଛନ୍ତି । ତେବେ ଏଭଳି ଦୁର୍ଘଟଣାଜନ୍ଖଚ୍ଛ ମୃତ୍ୟୁକୁ ନେଇ ପିପିଏଲ୍ ପରିସରର ସୁରକ୍ଷା ବ୍ୟବସ୍ଥା ଉପରେ ସ୍ଥାନୀୟ ଅଂଚଳବାସୀ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close