ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼, କାଲି ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ

ଭୁବନେଶ୍ୱର ; ୦୭/୧୧ (ବ୍ୟୁରୋ): ବିଜେଡି ତରଫରୁ ଜୁନାଗଡ଼ରେ ଏକ ମେଗା ସମାବେଶ ତଥା ମିଶ୍ରଣ ପର୍ବ ଆୟୋଜନ କରାଯାଇଛି। ନିଜ ନିର୍ବାଚନମଣ୍ଡଳୀରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା ସାମ୍ନାକୁ ଆସିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭବାନୀପାଟଣା ଗସ୍ତ ଥିବା ବେଳେ ଏଥି ପୂର୍ବରୁ ଆୟୋଜିତ ହୋଇଛି ବିଜେଡିର ମହାସମାବେଶ। ଉକ୍ତ ମହାମିଶ୍ରଣ ପର୍ବକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ଦାସ ଓ ପୂର୍ବତନ ମ୍ୟୁନିସିପାଲଟି ଅଧ୍ୟକ୍ଷଙ୍କ ସହ ଯାଉଥିବା ବେଳେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ କରିବା ସହିତ କଳା ପତାକା ପ୍ରଦର୍ଶନ କରାଯାଇଛି । ଏଥିଯୋଗୁଁ ପ୍ରାୟ ୧୦-୧୫ ମିନିଟ୍‌ ସ୍ଥାନୀୟ ଅଞ୍ଚଳ ଋଣକ୍ଷେତ୍ରରେ ପରିଣତ ହୋଇଯାଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମମିତାଙ୍କ ପରିବାରକୁ ନ୍ୟାୟ ପାଇଁ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ବିଜେପି ପକ୍ଷରୁ ୧୨ ଦିନ ପର୍ଯ୍ୟନ୍ତ ଆରମ୍ଭ ହୋଇଛି ନ୍ୟାୟ ଶୋଭାଯାତ୍ରା । ମହାଲିଙ୍ଗରୁ ଆରମ୍ଭ ହୋଇଥିବା ନ୍ୟାୟ ଶୋଭାଯାତ୍ରା ଆଜି ଜୁନାଗଡ଼ରେ ପହଞ୍ଚିବ । ଏହା ପୂର୍ବରୁ ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା ସହ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ତେବେ ବିରୋଧୀ ଦଳ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଏହି ଅଣ୍ଡାମାଡ କରିଥିବା ସୂଚନା ରହିଛି। ମନ୍ତ୍ରୀ ଯାଉଥିବା ଗାଡିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ମଧ୍ୟ ଉପସ୍ଥିତ ଥଲେ । ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ସହ ଗିରଫ ଦାବି କରିଛନ୍ତି ବିରୋଧୀ । କଂଗ୍ରେସ ଏବଂ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ଏହି ବିରୋଧ କରାଯାଉଥିବା ସୂଚନା ମିଳିଛି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close