ଯାଜପୁରରେ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଟାସ୍କ ପୋଂର୍ସ ବୈଠକ ଅନୁଷ୍ଠିତ

ଯାଜପୁର, ୧ା୧୧: ଗତ ୨ ବର୍ଷ ହେଲାଣି କୋଭିଡ ପାଇଁ ଶିଶୁମାନଙ୍କ ଟୀକାକରଣ ବାଧାପ୍ରାପ୍ତ ହୋଇଚ୍ଥି । ଏହାକୁ ପୂର୍ବ ଭଳି ନିୟମିତ ଆକାରରେ ଚାଲୁ କରାଯିବାକୁ ଯାଜପୁର ଜିଲ୍ଲା ଟାସ୍କ ପୋଂର୍ସ କମିଟି ବୈଠକରେ ନିଷ୍ପତି ନିଆଯାଇଚ୍ଥି । ଆଜି ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଚିକିତ୍ସା ସମ୍ୱନ୍ଧୀୟ ଟାସ୍କ ପୋଂର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ କୋଭିଡ ଟୀକାକରଣକୁ ଅଧିକ କ୍ରିୟାଶୀଳ କରିବାକୁ ପରାମର୍ଶ ଦେଇଥିଲେ । ସି.ଏଚ.୍‌ସି, ପି.ଏଚ୍‌.ସି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟକୁ ଅନୁଧ୍ୟାନ କରି ଯେଉଁମାନେ ବର୍ତମାନ ସୁଦ୍ଧା ଟୀକା ନେଇ ନାହାନ୍ତି କିମ୍ୱା ଗୋଟିଏ ଗୋଟିଏ ଡୋଜ ନେଇଚ୍ଥନ୍ତି ଅଥଚ ସେମାନଙ୍କର ଦ୍ୱିତୀୟ ଡୋଜ୍ ଅବଧି ଆସିଗଲାଣି ବା ପୁରା ହେଲାଣି, ସେମାନଙ୍କୁ ଚିହ୍ନଟ କରି ଟୀକାକରଣ ପାଇଁ ସେ ପରାମର୍ଶ ଦେଇଥିଲେ । ୧୮ ରୁ ୪୪, ୪୪ ରୁ ୫୯ ଓ ୬୦ରୁ ଊର୍ଦ୍ଧ୍ୱ ବୟସର ନାଗରିକଙ୍କର ତଥ୍ୟକୁ ନୀରିକ୍ଷଣ ସହ ଘରକୁ ଘର ସର୍ଭେ କରାଯାଇ ଶତ ପ୍ରତିଶତ ଟୀକାକରଣ ସଂପୂର୍ଣ୍ଣ ପାଇଁ ସେ ଗୁରୁତ୍ୱ ଦେଇଥିଲେ । ସେହିପରି ନଭେମ୍ୱର ମାସ ଠାରୁ ଶିଶୁମାନଙ୍କୁ ସେମାନଙ୍କର ଆବଶ୍ୟକୀୟ ଟୀକାକରଣକୁ ତ୍ୱରାନ୍ୱିତ ପାଇଁ ସେ କହିଥିଲେ । ଏଥିପାଇଁ ଆଶା, ଅଙ୍ଗନୱାଡି କର୍ମୀ, ଏ.ଏନ୍‌.ଏମ୍ ଓ ମୋବିଲାଇଜରମାନଙ୍କୁ ପ୍ରଶିକ୍ଷିତ କରି କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଶ୍ରୀ ମଲ୍ଲିକ ପରାମର୍ଶ ଦେଇଥିଲେ । ଏହାକୁ ଉପଯୁକ୍ତ ପଂର୍ମାଟରେ ପ୍ରତିଦିନ ନିରୀକ୍ଷଣ କରିବା ଓ ସମୀକ୍ଷା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିରଂଚି ନାରାୟଣ ବାରିକ, ଏ.ଡି.ଏମ୍‌.ଓ ଡା. ଶିବାଶିଷ ମହାରଣା, ଡା. ପ୍ରଦିପ୍ତ କୁମାର ସାହୁ, ଡା. ଦେବରାଜ ହାନ୍ସଦା, ବିଭିନ୍ନ ସି.ଏଚ୍‌.ସି ଓ ପି.ଏଚ୍‌.ସିର ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close