ଯାଜପୁରରୋଡ ପୋଲିସକୁ ସଫଳତା; ଡକାୟତି, ମୋବାଇଲ ଚୋରୀ ଅଭିଯୋଗରେ ୦୫ ଜଣ ଗିରଫ

ବ୍ୟାସନଗର,୧୫/୬(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଯାଜପୁରରୋଡ ଆଦର୍ଶ ଥାନାକୁ ଆଜି ଏକ ବଡ଼ ସଫଳତା ମିଳିଛି । ଥାନା ଅଧିକାରୀ ଅନୀଲ କୁମାର ମହାନ୍ତିଙ୍କ ସୂତ୍ରରୁ ଜଣାଯାଇଛି ଯେ, ଡକାୟତି, ମୋବାଇଲ ଛଡ଼ାଇ ନେବା ଆଦି ଘଟଣାରେ ଆଜି ପୋଲିସ ୦୫ଜଣ ଅପରାଧିଙ୍କୁ ଧରିବାରେ ସକ୍ଷମ ହୋଇଛି । ସେମାନଙ୍କୁ ପଚରାଉଚରା ପରେ ବହୁ ତଥ୍ୟ ପୋଲିସ ହାତରେ ଲାଗିଛି । ଅପରାଧିମାନେ ଜନୈକ ବ୍ୟକ୍ତିଙ୍କ ଘର ଭାଙ୍ଗି ଘର ମଧ୍ୟରେ ପ୍ରବେଶ କରି ସୂନା, ରୂପା ଆଦିର ଅଳଙ୍କାର, ଟଙ୍କା ଆଦି ଲୁଟି ନେଇଥିଲେ । ପୋଲିସ ସେସବୁକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ଅନ୍ୟ ଏକ ଡକାୟତି ପାଇଁ ଯୋଜନା କରି ବିଫଳ ହୋଇଥିଲେ । ଜନୈକ ବ୍ୟକ୍ତିଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇଥିଲେ । ତାହା ମଧ୍ୟ ଜବତ ହୋଇଛି । ଜନୈକ ଚୋରର ଘରକୁ ତନଖି କରାଯାଇ ସେଠାରୁ ବିପୁଳ ପରିମାଣର ଚୋରି ଜିନିଷ ବିଶେକକରି ଟେଂଟ ହାଉସ ଜିନିଷପତ୍ର, ଗ୍ୟାରେଜ ସାମଗ୍ରୀ ଆଦିକୁ ଜବତ କରାଯାଇଛି । ଚୋରମାନଙ୍କୁ ଜେରା ପରେ ସେମାନଙ୍କ ତଥ୍ୟକୁ ଆଧାର କରି ପୋଲିସ ଚୋରୀ ହୋଇଥିବା ଟଙ୍କା, ଟିଭି, ସି.ସି କ୍ୟାମେରା, ଫ୍ୟାନ ଆଦିକୁ ଜବତ କରିବାରେ ସକ୍ଷମ ହୋଇଥାନ୍ତି । ଏ ସଂର୍ପକରେ ଅଧିକ ତଦନ୍ତ ଜାରୀ ରହିଛି ବୋଲି ଥାନା ଅଧିକାରୀ ଶ୍ରୀ ମହାନ୍ତି କହିଛନ୍ତି । ଯାଜପୁରରୋଡ ଅଂଚଳରେ ପ୍ରତିବର୍ଷ ରଜର ଛୁଟି ଅବସରରେ ଚୋରୀ ହୋଇଥାଏ । ଚଳିତ ବର୍ଷ ପୋଲିସ ପଇଁତରା ଯୋଗୁ ଚୋରୀ କେତେକାଂଶରେ ହ୍ରାସ ପାଇଥିବାର ପରିଲକ୍ଷିତ ହୋଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close