କନକେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟ କାର୍ଯ୍ୟକାରି କମିଟିର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

ଅନୁଗୁଳ ; ୨୮/୧୦ (ବ୍ୟୁରୋ) ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମରେ କନକେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୮/୧୦/୨୦୨୧ରିଖ ପ୍ରଧାନ ଶିକ୍ଷକ ଲଳିତ ମୋହନ ବେହେରା ଙ୍କ ଆହ୍ବାନ କ୍ରମେ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କର ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ଗଠିତ ହୋଇଥିବା କାର୍ଯ୍ୟକାରି କମିଟିର ୫ଜଣ ସଭ୍ୟଙ୍କର ପିଲା ସ୍କୁଲରୁ ପଢ଼ିସାରି ବିଦାୟ ନେଲେଣି ତେଣୁ ତାଙ୍କ ଅଭିଭାବକ କାର୍ଯ୍ୟକାରି କମିଟିରୁ ବିଦାୟ ନେଇଥିଲେ ଉକ୍ତ ୫ଜଣ ସଦସ୍ୟଙ୍କ ସ୍ଥାନରେ ନୂତନ ଭାବେ ଚୟନ ହୋଇଥିବା ୧- କୁଞ୍ଜବିହାରୀ ମହାନ୍ତି,୨- ନବଘନ ମହାନ୍ତି,୩-ନିରାକାର ଗଡ଼ନାୟକ, ୪- ମଲ୍ଲୀ ବେହେରା, ୫ – ମାମି ପ୍ରଧାନ ଙ୍କୁ ନିୟୋଜିତ କରାଯାଇଛି। କନକେଶ୍ବରୀ ଉଚ୍ଚ ବିଦ୍ୟାଳୟ ଶରଧାପୁର ନାମକୁ ପରିବର୍ତ୍ତନ କରାଯାଇ କନକେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଶରଧାପୁର ନାମେ ନାମିତ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ବୈଠକରେ କାର୍ଯ୍ୟକାରି କମିଟିର ସଭାପତି ପ୍ରସନ୍ନ ମହାନ୍ତି, ଉପ ସଭାପତି ବବିତା ମହାନ୍ତି, ସଭ୍ୟ ପ୍ରକାଶ ରାଉତ, ମଞ୍ଜୁଲତା ମହାନ୍ତି, ଅନ୍ୟ ସଦସ୍ୟମାନବୃନ୍ଦ ଏବଂ ଶିକ୍ଷକ ଗିରିଶ ଚନ୍ଦ୍ର ମହାନ୍ତି, ବଟକୃଷ୍ଣ ମହାନ୍ତି, ଶୁରେଶ ଚନ୍ଦ୍ର ସାହୁ, ଅଜିତ୍ କୁମାର ମହାନ୍ତି, ଲକ୍ଷ୍ମୀଧର ସାହୁ, ଶିକ୍ଷୟିତ୍ରୀ ସରୋଜିନୀ ମହାନ୍ତି, ରମାଦେବୀ ସାହୁ,ସୁମତି ସେଠୀ, ନିରଞ୍ଜନ ସାହୁ, କର୍ମଚାରୀ ଶିବରାମ ମହାନ୍ତି ଓ ଚରଣ ମହାନ୍ତି ବୈଠକରେ ଉପସ୍ଥିତ ରହିଥିଲେ । ଆଦ୍ୟ ରିଖ ଠାରୁ ସ୍କୁଲର ସମସ୍ତ କାଗଜପତ୍ର ରେ କନକେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଶରଧାପୁର ନାମେ ନାମିତ କରାଯିବାକୁ ଉପରସ୍ଥ ଅଧିକାରୀଙ୍କୁ ଜଣାଇଁବାକୁ ନିଷ୍ପତ୍ତି ନିଆଯାଇଥିଲା।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close