ମୂଳରୁ ମାଇପ ନାହିଁ ପୁଅ ନାଁ ଗୋପାଳିଆ-ଇଣ୍ଡିଆନ ସିଟିଜେନ୍ସ୍ ପାର୍ଟି

ଭୁବନେଶ୍ୱର, ୧୬ା୦୯(ଉ. ନ୍ୟୁଜ୍ ବ୍ୟୁରୋ): ଗ୍ରାମ ପଂଚାୟତରୁ ଭୁବନେଶ୍ୱରକୁ ବସ୍ ସେବା ଯୋଡ଼ିବା ପାଇଁ ନିର୍ବାଚନର ଅବ୍ୟବହିତ ପୂର୍ବରୁ ପାଣ୍ଡିଆନଙ୍କ ପ୍ରୟୋଜିତ ଘୋଷଣା ଓଡ଼ିଶାବାସୀଙ୍କ ମନରେ ଭୃକୁଂଚନ ସୃଷ୍ଟି କରିଛି ବୋଲି ଇଣ୍ଡିଆନ ସିଟିଜେନ୍ସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତିରେ କହିଛନ୍ତି । ଦୀର୍ଘ ୨୪ବର୍ଷ ଶାସନରେ ରହି ଗ୍ରାମାଂଚଳ ୱାର୍ଡ଼ର ବିକାଶ ପାଇଁ ବିଜେଡ଼ି ସରକାର ଯୋଜନା କରିପାରିଲେ ନାହିଁ । ପ୍ରତି ଗ୍ରାମପଂଚାୟତକୁ ରାଜଧାନୀ ଭୁବନେଶ୍ୱର ସହ ଯୋଡ଼ିବା ଦୂରର କଥା ପ୍ରତି ବ୍ଲକ ମୁଖ୍ୟାଳୟକୁ ମଧ୍ୟ ଭୁବନେଶ୍ୱର ସହ ଯୋଡ଼ାଯାଇ ପାରିଲା ନାହିଁ । ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କୁ କରାୟତ କରି ଆଉ କେତେଦିନ ଭୁଆଁ ବୁଲାଇବେ ତାହା ଦେଖିବାକୁ ବାକି ରହିଲା । ଭୁବନେଶ୍ୱରରୁ ଗ୍ରାମପଂଚାୟତକୁ ଚାରିଚକିଆ ଯାନ ଯିବା ପାଇଁ ରାସ୍ତା ନ ଥିବା ବେଳେ ସେହି ରାସ୍ତା ଦେଇ କିପରି ବସ୍ ଯାତାୟତ କରିପାରିବ ତାହା ଦେଖିବା ବାକି ରହିଲା । ଏହି ବସ୍ ଯାତାୟତ ଯୋଜନା ନବୀନ ପଟ୍ଟନାୟକଙ୍କ ମୂଳରୁ ମାଇପ ନାହିଁ ପୁଅ ନାଁ ଗୋପାଳିଆ ସହିତ ସମାନ । ରାସ୍ତା ତିଆରି ନ କରି ବସ୍ ଚଳାଇଲେ ଯେଉଁ ସବୁ ଦୁଘଁଟଣା ଘଟିବ ସେଥିପାଇଁ ନବୀନ ପଟ୍ଟନାୟକ, ଭି.କେ ପାଣ୍ଡିଆନ ଏବଂ ବିଜୁ ଜନତା ଦଳ ଦାୟୀ ରହିବ ବୋଲି ଇଣ୍ଡିଆନ ସିଟିଜେନ୍ସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close