କଟକ ବଡ଼ମେଡିକାଲ (ଏସସିବି)ରେ ପୁଣି ଅଘଟଣ: ଛାତରୁ ଖସିଲା କଂକ୍ରିଟ୍‌, ଅଳ୍ପକେ ବର୍ତ୍ତିଲେ ରୋଗୀ

ଯାଜପୁର ; ୧୩/୦୯ (ସନ୍ତୋଷ କୁମାର ରଥଙ୍କ ଠାରୁ) :  କଟକ ବଡ଼ ଡାକ୍ତରଖାନା(ଏସସିବି)ରେ ପୁଣି ଅଘଟଣ । ଆଜି ସକାଳୁ ଛାତରୁ କଂକ୍ରିଟ ଖସିପଡ଼ିଥିବାବେଳେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ରୋଗୀ । ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନରେ ଏସସିବି ମେଡ଼ିକାଲର ସର୍ଜରୀ ବିଭାଗ ଆଉଟଡୋରରେ ଛାତରୁ କଂକ୍ରିଟ୍ ଖଣ୍ଡ ଖସି ପଡ଼ିଥିଲା । କଂକ୍ରିଟ୍ ଖଣ୍ଡ ଖସିବା ଯୋଗୁ ଛାତରେ ଲାଗିଥିବା ସିଲିଂ ବି ଖସି ପଡ଼ିଥିଲା । ସେତେବେଳ ରୋଗୀମାନେ ଟିକେଟ୍ କାଟିବା ପାଇଁ ଆସିଥିଲେ । ବିରାଟ ଖଣ୍ଡ କଂକ୍ରିଟ ଖସି ପଡ଼ିଥିଲେ ମଧ୍ୟ କାହାରି କିଛି କ୍ଷତି ହୋଇନଥିବା ଜଣାପଡ଼ିଛି । ତେବେ ଏଥି ଯୋଗୁଁ ବିଭାଗରେ ଥିବା କମ୍ପ୍ୟୁଟର ଓ ଅନ୍ୟ କିଛି ଆସବାବପତ୍ର ନଷ୍ଟ ହୋଇଛି। କଂକ୍ରିଟ୍ ଓ ସିଲିଂ ପଡ଼ିବା ପରେ କିଛି ସମୟ ପାଇଁ ଟିକେଟ୍ କାଟିବା ବନ୍ଦ ରହିଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close