କଳାକାର ସହାୟତା ପାଇଁ ଆଧାର ନମ୍ୱର ଜରୁରୀ: ଯାଜପୁର ଜିଲ୍ଲା ପ୍ରଶାସନ
ଯାଜପୁର, ୨୧ା୧୦: ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଜିଲ୍ଲାର ୨୦୦୩ କଳାକାରଙ୍କୁ ସାମିଲ କରାଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ମାସିକ ୧୨୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଊଚ୍ଥି । ଏହି ଅର୍ଥକୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଊଣ୍ଟସ୍ ମାଧ୍ୟମରେ ପ୍ରଦାନ କରାଯାଊଚ୍ଥି । ତେବେ କେତେକ ହିତାଧିକାରୀଙ୍କର ଆଧାର ନମ୍ୱର ଆବେଦନ ସମୟରେ ପ୍ରଦାନ କରାଯାଇ ନ ଥିବାରୁ ସେଗୁଡିକ ସଂଗ୍ରହ ଜରୁରୀ ହୋଇ ପଡିଚ୍ଥି । ବ୍ୟାଙ୍କ ଆକାଊଣ୍ଟସ୍ରେ ଅର୍ଥ ପ୍ରଦାନ ସମୟରେ ଆଧାର ନମ୍ୱରର ସଂଲଗ୍ନ ଆବଶ୍ୟକ ହେଊଥିବାରୁ ଯେଊଁ କଳାକାରମାନେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସାମିଲ ଅଚ୍ଥନ୍ତି ସେମାନେ ତୁରନ୍ତ ଆଧାର ନମ୍ୱର ପ୍ରଦାନ ପାଇଁ ପରାମର୍ଶ ଦିଆଯାଇଚ୍ଥି । ହିତାଧିକାରୀମାନେ ନିଜ ଆଧାର ନମ୍ୱର ବା ଆଧାର କାର୍ଡର ନକଲ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ, ଯାଜପୁରରେ ପ୍ରଦାନ କରିବା ବିଧେୟ । ଆଧାର ନମ୍ୱର ଅଭାବରୁ ହିତାଧିକାରୀଙ୍କୁ ସହାୟତା ପ୍ରଦାନ ବାଧାପ୍ରାପ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇପାରେ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ସୂଚନା ଦେବା ସହ ଯେଊଁମାନେ ଆଧାର ନମ୍ୱର ଦେଇ ନାହାନ୍ତି ସଂପୃକ୍ତ ହିତାଧିକାରୀମାନେ ତୁରନ୍ତ ଆଧାର କାର୍ଡର ଏକ ନକଲ ଯାଜପୁର ଜିଲ୍ଲା କାର୍ଯ୍ୟାଳୟରେ ପ୍ରଦାନ କରିବାକୁ ସେ ଅନୁରୋଧ କରିଚ୍ଥ୍ନ୍ତି ।