୭୨ତମ ବନମହୋତ୍ସବ ଅବସରରେ ‘ଉଦୟବଟ’ ତରଫରୁ ବୃକ୍ଷରୋପଣ, ୱେବିନାର

ବ୍ୟାସନଗର, ୭/୭(ଉ. ନ୍ୟୁଜ୍ ବ୍ୟୁରୋ): ‘ପ୍ରକୃତି ତିଷ୍ଠିଲେ ଜୀବଜଗତ ତିଷ୍ଠି ରହିବ’; ‘ବୃକ୍ଷ ରହିଲେ ପ୍ରକୃତି ରହିବ’ର ଅନୁଚିନ୍ତା ନେଇ ଆମର ପ୍ରିୟତମ ପ୍ରକୃତିମାତାର ସୁରକ୍ଷା ପାଇଁ ସମ୍ବାଦଭିତିକ ପତ୍ରିକା ‘ଉଦୟବଟ’ ତରଫରୁ ଦୀର୍ଘ ଦିନ ହେବ ଚିନ୍ତା କରାଯାଇ ବୃକ୍ଷରୋପଣ ସହ ପରିବେଶର ସୁରକ୍ଷା ଦିଗରେ ନିଷ୍ଠାପର ଉଦ୍ୟମକୁ ୱେବିନାର ଜରିଆରେ ଆଜି ସଂନ୍ଧ୍ୟାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଅତିଥିମାନେ ସାଧୁବାଦ ଜଣାଇଛନ୍ତି । ଖବର ପ୍ରକାଶନ/ ପ୍ରସାରଣ ସହ ‘ଉଦୟବଟ’ର ବହୁ ଜନହିତକର ଓ ପରିବେଶ ସୁରକ୍ଷାକାରୀ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଏଥିରେ ବିଶ୍ୱ ଓଡ଼ିଆ ମହାସଂଘର ସଭାପତି ଡ଼ଃ. ସୁରେନ୍ଦ୍ରନାଥ ମହାପାତ୍ର ମୁଖ୍ୟ ଅତିଥି ଭାବେ, କଟକ ଡି.ଜି (ଭିଜିଲାନ୍ସ) କାର୍ଯ୍ୟାଳୟରେ ଅବସ୍ଥାପିତ ଡି.ଏଫ.ଓ (ଭିଜିଲାନ୍ସ) ରଜନୀକାନ୍ତ ମହାନ୍ତି ମୁଖ୍ୟ ବକ୍ତା, ‘କିସ୍‌’ ଭୁବନେଶ୍ୱର ବିଜ୍ଞାନ ବିଭାଗର ଡିନ୍ ରଶ୍ମି ମହାପାତ୍ର,  ସମ୍ମାନିତ ଅତିଥି, ଝାଡେଶ୍ୱର ମହାବିଦ୍ୟାଳୟ, ଟୋଲକାନୀର ଅଧ୍ୟକ୍ଷ ଡ଼ଃ. ଯୁଗଳ କିଶୋର ହୋତା, ବରିଷ୍ଠ ସାମ୍ବାଦିକ ଜୟନାରାୟଣ ମହାପାତ୍ର, ବ୍ୟାସନଗର ପୈାର ପରିଷଦର ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ‘ରିଟ୍ ପବ୍ଲିକ ସ୍କୁଲ’ର ଅଧ୍ୟକ୍ଷ ଦିଗନ୍ତ ରାଉତ, କୋରାଇ ବିଧାୟକ ପ୍ରାର୍ଥିୀ ତଥା ସାମାଜିକ କର୍ମୀ ରାମଚନ୍ଦ୍ର ବାରିକ, ବିଶିଷ୍ଟ ସାହିତ୍ୟିକ ତଥା ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, କ୍ରୋମନଗର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ, କବୟତ୍ରୀ ବ୍ରଜେଶ୍ୱରୀ ସିଂହ, ରାଜ୍ୟ ସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ବୃକ୍ଷର ଉପକାରିତା ଉପରେ ଆଲୋକପାତ କରିବା ସହ ‘ବନ ମହୋତ୍ସବ ସପ୍ତାହ’ ପାଳନର ତାତ୍ପର୍ଯ୍ୟତା ଉପରେ ଦର୍ଶାଇଥିଲେ । ବିଭିନ୍ନ ପ୍ରକାରର ଜଟିଳ ରୋଗ, ଜଳବାୟୁର ପରିବର୍ତନ, ପୃଥିବୀ ପୃଷ୍ଠରେ ଜୀବଜଗତର ତିଷ୍ଠି ରହିବାକୁ ହେଲେ ପର୍ଯ୍ୟାପ୍ତ ପରିମାଣର ବୃକ୍ଷରୋପଣ ଆବଶ୍ୟକ । ବୃକ୍ଷରୋପଣ ସହ ଚାରାଗଛର ଉପଯୁକ୍ତ ଯତ୍ନ ନେବା ଜରୁରୀ । ଏହି ୱେବିନାରରେ ଉର୍ମିଳା ନାୟକ, ସୈାଭାଗ୍ୟ ମୁଦୁଲି, ସଚ୍ଚିଦାନନ୍ଦ ନାଥ, ଜ୍ଞାନରଂଜନ ରାଉତ, ବସନ୍ତ କୁମାର ପାତ୍ର, ଟିକାୟତ ପାଲ, ବିଦ୍ୟୁତ୍‌ପ୍ରଭା ରାୟ, ସୁମିତ୍ରା ମିଶ୍ର, ଭାରତ ଭୂଷଣ ରାଉତ, ଶତାଦ୍ଦୀ ସାମଲ, ଲମ୍ବୋଦର ମହାନ୍ତି, ମାନସୀ ପଣ୍ଡା, ଅଂଶୁମାନ ମହାପାତ୍ର, ମମତା ମଣ୍ଡଳ, ଅରମନ ପଣ୍ଡା, ଦେବଙ୍କିତା ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ବୈଷୟିକ ପରିଚାଳନାରେ ଗୈାରୀଶଙ୍କର ପତି ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close