ଖଇରା ବ୍ଲକ ରଟିଣା ପଞ୍ଚାୟତ ରଟିଣା ଗ୍ରାମରେ ଜଗଜ୍ଜନନୀ ମା’ ଦଶଭୂଜାଙ୍କ ପୂଜା ଅନୁଷ୍ଠିତ

ଖଇରା; ୧୫/୧୦ (ବ୍ୟୁରୋ) : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ରଟିଣା ପଞ୍ଚାୟତ ରଟିଣା ଗ୍ରାମରେ ଜଗଜ୍ଜନନୀ ମା’ ଦଶଭୂଜାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ‘କୋଭିଡ’ କଟକଣା ଅନୁଯାୟୀ ହୋଇଥିଲା ମା’ଙ୍କ ପୂଜା । ଯଥା ବିଧି ରୀତି, ନୀତି ମତେ ହୋଇଥିଲା ପୂଜା । ହାତଗଣତି କର୍ତା, ପୂଜକମାନଙ୍କ ଜରିଆରେ ହୋଇଥିଲା ମା’ଙ୍କ ପୂଜାର୍ଚ୍ଚନା । କମିଟିର କର୍ମକର୍ତା ଓ ସଭ୍ୟମାନେ ମା’ଙ୍କ ପୂଜାକୁ ଠିକ୍ ଭାବେ ସଂପାଦନ କରିବାରେ ଲାଗିଥିଲେ। ମାଙ୍କ ପୂଜାରେ ପଣ୍ଡିତ କୃଷ୍ଣଚନ୍ଦ୍ର ପୂଜାର୍ଚ୍ଚନା କରିବା ସହ କର୍ତ୍ତା ଭାବେ ଗୋପୀନାଥ ପାଢ଼ୀ ଓ ପ୍ରଫୁଲ୍ଲ ମାହାନ୍ତି ଗ୍ରାମର ଶୁଭାଶିଷ କାମନା କରି ପୂଜାର୍ଚ୍ଚନା କରିଥିଲେ। ମା’ ଜଗତରୁ ଦୁଃଖ ହରଣ କରନ୍ତୁ, ସମାଜରୁ କୁସଂସ୍କାରୀ, ପାପୀମାନଙ୍କୁ ଦମନ କରି ସୁସ୍ଥ ସମାଜ ପ୍ରଦାନ କରନ୍ତୁ ଏହା ହିଁ ପୂଜାର ମହାତ୍ମ୍ୟ । ପବିତ୍ର ବିଜୟା ଦଶମୀ ବା ଦୁର୍ଗାପୂଜା ଲାଗି ଦିଲ୍ଲୀରୁ ପଲ୍ଲୀ ସବୁଠି ହୋଇ ଉଠିଛି ଉତ୍ସବ ମୁଖର । ଯଦିଓ କରୋନା କଟକଣା ଯୋଗୁଁ ଚଳିତବର୍ଷ ଆଡ଼ମ୍ବରରେ ପାଳନ କରାଯାଇନାହିଁ ତଥାପି ସବୁଠି ମାଙ୍କ ପୂଜା କରାଯାଇଛି । ମହିଷାସୁରମର୍ଦିନୀ ମା’ ଦୁର୍ଗାଙ୍କର ବିଜୟ ଗାଥାର ନିଦର୍ଶନ ଦେବୀ ଭାଗବତ, ମାର୍କଣ୍ଡେୟ ପୁରାଣ ଆଦିରେ ବର୍ଣ୍ଣିତ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । ସମସ୍ତ ଦେବତା ଯେତେବେଳେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନ ହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜ ଦ୍ଵାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷ ରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ତ୍ରେତୟା ଯୁଗରେ ରାବଣକୁ ପରାସ୍ତ କରିବା ନିମନ୍ତେ ରାମଚନ୍ଦ୍ର ଆଶ୍ଵିନରେ ଏହି ପୂଜା କରିଥିଲେ, ସେବେ ଠାରୁ ଏହା ଆଶ୍ଵିନ ଶାରଦୀୟ ନବରାତ୍ର ଭାବେ ବିଦିତ । ନବମୀର ପରବର୍ତ୍ତୀ ଦିନ ବିଜୟଉତ୍ସବ ବା ବିଜୟାଦଶମୀ ପାଳିତ ହୋଇଥାଏ।ଗ୍ରାମର ଶୁଭାଶିଷ କାମନା ଉଦେଶ୍ୟ ରେ ପ୍ରତିବର୍ଷ ଏହି ପୂଜା କରାଯାଇଥାଏ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close