ସରସ୍ବତୀ ଶିଶୁବିଦ୍ୟାମନ୍ଦିର ମଧୁସୂଦନ ନଗରଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ର ବିଜୟା ଦଶମୀ ଉତ୍ସବ ଅନୁଷ୍ଠିତ

ଯାଜପୁର ; ୧୪/୧୦ (ବସନ୍ତ କୁମାର ପାତ୍ରଙ୍କ ଠାରୁ): ମଙ୍ଗଳବାର ଅପରାହ୍ନ ଛ ଘଟିକା ସମୟରେ ସ୍ଥାନୀୟ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ମଧୁସୂଦନ ନଗରଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ର ବିଜୟା ଦଶମୀ ଉତ୍ସବ ପାଳନ କରାଯାଇଥିଲା ।ଏହି ଉତ୍ସବରେ ନଗରର ସ୍ୱୟଂ ସେବକ ତଥା ସଂଘ ର ଆଦର୍ଶ ରେ ଅନୁପ୍ରାଣିତ ବହୁବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସମ୍ପାଦକ ତଥା ମୁଖ୍ୟ ପ୍ରତିନିଧି ଶ୍ରୀଯୁକ୍ତ ସଂଗ୍ରାମ କୁମାର ସିଂହ. ମୁଖ୍ୟ ବ୍ୟକ୍ତଭାବେ ବିଭାଗ ବୌଦ୍ଧିକ ପ୍ରମୁଖ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାମଲ. ବ୍ୟାସନଗରର ସଂଘ ଚାଳକ ଶ୍ରୀ ରବିନାରାୟଣ ରାଉତ।ମଂଚାସୀନ ଜିଲ୍ଲା କାର୍ଯ୍ୟବାହ ଶ୍ରୀ ବରୁଣ ବନଛୋର. ନଗର କାର୍ଯ୍ୟକାରୀ ଶ୍ରୀ ସୁକାନ୍ତ ରଥ କାର୍ଯ୍ୟ ପରିଚାଳନା କରିଥିଲେ. କାର୍ଯ୍ୟକ୍ରମରେ ମୁଖ୍ୟ ବ୍ୟକ୍ତ ଶ୍ରୀଯୁକ୍ତ ସାମଲ ତାଙ୍କର ବକ୍ତବ୍ୟ ରେ ସୃଷ୍ଟିର ଆରମ୍ଭରୁ ଶକ୍ତିର ଆବଶ୍ୟକତା ଏବଂ ଆସୁରିକ ଶକ୍ତିର ବିନାଶ ଏବଂ ସଦନ ଶକ୍ତିର ଅଦ୍ଭୁଦୟ ପାଇଁ ଭାରତବର୍ଷରେ ଶକ୍ତିର ଆଵଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ. ମା ଦୁର୍ଗା ସମସ୍ତ ଦେବୀ ଶକ୍ତିର ଆଧାର ଓ ସମସ୍ତ ଆସୁରିକ ଶକ୍ତିର ବିନାଶକାରୀ ଦୈବୀ ଶକ୍ତିର ପ୍ରତିଷ୍ଠା କରିଥିଲେ।ତେଣୁ 1925 ମସିହା ବିଜୟାଦଶମୀ ସଂଘର ସଂସ୍ଥାପକ ପୂଜାନୀୟ ଡକ୍ତର କେଶବ ବଳିରାମ ହେଡ଼ ଗବର ସଂଘ ପ୍ରତିଷ୍ଠା କରିଥିଲେ। ଏହିକାର୍ଯ୍ୟ କ୍ରମରେ ଜିଲ୍ଲା ମହାବିଦ୍ୟାଳୟ ସହପ୍ରମୁଖ କୃଷ୍ଣ ଚନ୍ଦ୍ର ନାହାକ,ଜିଲ୍ଲା ସମ୍ପର୍କ ପ୍ରମୁଖ ଜୟ ଗୋପାଳ ବୈଶାଖୀ, ଶିକ୍ଷାବିକାଶ ସମିତିର ପ୍ରମୁଖ ପ୍ରଫୁଲ କୁମାର ବୋଇତାଇ, ସ୍ୱୟଂ ସେବକ ଆଦିକାନ୍ତ ବୈଶାଖୀ,ଭୁବନ ମୋହନ ପଟନାୟକ, ବିଜୟ କୁମାର ଶତପଥି ଯୋଗଦାନକରି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହାୟତା ହୋଇଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close