ଟୋକିଓରେ ସ୍ୱର୍ଣ୍ଣ ଜିଣିଲେ ନିରୋଜ୍ ଚୋପ୍ରା, ରଚିଲେ ସ୍ଵର୍ଣ୍ଣିମ ଅଧ୍ୟାୟ, ଦେଶ ବ୍ୟାପି ଖୁସିର ମାହୋଲ

ନୂଆଦିଲ୍ଲୀ ; ୦୭/୦୮ ( ବ୍ୟୁରୋ ) : ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ୨୦୨୦-ଅଲମ୍ପିକରେ ନୀରଜ ଚୋପ୍ରା ଭାରତର ପ୍ରଥମ ଆଥଲେଟ୍ ଭାବେ ଅଲିମ୍ପିକ୍ସ ଆଥଲେଟିକ୍ସରେ ସ୍ଵର୍ଣ୍ଣ ପଦକ ଜିତି ରଚିଲେ ସ୍ଵର୍ଣ୍ଣିମ ଅଧ୍ୟାୟ। ୧୩ ବର୍ଷ ପରେ ଭାରତକୁ ପୁଣି ମିଳିଲା ସ୍ୱର୍ଣ୍ଣ ପଦକ । ଚଳିତ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ଵର୍ଣ୍ଣ ପଦକ ମିଳିଥିବା ସୂଚନା। ଟୋକିଓ ଅଲିମ୍ପିକ୍ସରେ ପୁରୁଷ ଜାଭେଲିନ ପ୍ରତିଯୋଗିତାରେ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଯେଉଁଭଳି ପ୍ରଦର୍ଶନ କରିଥିଲେ ଫାଇନାଲ୍‌ରେ ତାଠୁ ଅଧିକ ଭଲ ପ୍ରଦର୍ଶନ କରିଛନ୍ତି ନୀରଜ ଚୋପ୍ରା। ସୁଟର ଅଭିନବ ବିନ୍ଦ୍ରାଙ୍କ ପରେ ବ୍ୟକ୍ତିଗତ ପ୍ରତିଯାେଗିତାରେ ନୀରଜ ଚୋପ୍ରା ଗୋଲ୍ଡ ଜିତି ରେକର୍ଡ କରିଛନ୍ତି। ପ୍ରଥମ ପ୍ରୟାସରେ ନୀରଜ ୮୭.୦୩ ମିଟର ଫିଙ୍ଗି ଥିଲେ। ଏହା ପରେ ଦ୍ଵିତୀୟ ପ୍ରୟାସରେ ନିଜର ଦମଦାର ପ୍ରଦର୍ଶନକୁ ଦୋହରାଇ ୮୭.୫୮ ମିଟର ଫିଙ୍ଗିଥିଲେ। ତୃତୀୟ ପ୍ରୟାସରେ ସେ ୭୬.୭୯ ମିଟର ଫିଙ୍ଗିଥିଲେ। ନୀରଜଙ୍କ ୮୭.୫୮ ମିଟର ଫାଇନାଲରେ ଶୀର୍ଷରେ ଥିଲା। ଏଥିସହ ପ୍ରତିପକ୍ଷ ଖେଳାଳିଙ୍କ ବହୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଥିଲେ ନୀରଜ। ତାଙ୍କର ଏହି ସଫଳତା ପରେ ଭାରତ ନିଜର ଅଲିମ୍ପକ୍ସ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଏଥିସହ ଟୋକିଓ ଅଲିମ୍ପିକ୍ସରେ ଭାରତ ୭ଟି ପଦକ ଜିତିବାରେ ସଫଳ ହୋଇଛି। ଭାରତ ଖାତାରେ ଗୋଟିଏ ସ୍ଵର୍ଣ୍ଣ, ଦୁଇଟି ରୌପ୍ୟ ଓ ଚାରୋଟି କାଂସ୍ୟ ପଦକ ଆସିଛି । ଲଣ୍ଡନ ଅଲିମ୍ପିକ୍ସରେ ଭାରତ ୨ଟି ରୌପ୍ୟ ଓ ଚାରି କାଂସ୍ୟ ଜିତିଥିଲା। ଏହା ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟରେ ନିଜର ପ୍ରଥମ ପ୍ରୟାସରେ ୮୬.୬୫ ମିଟରର ଥ୍ରୋ କରି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ନୀରଜ। ନିଜର ପୂର୍ବ ସଫଳତାକୁ ଫାଇନାଲରେ ଦୋହରାଇ ପ୍ରଥମ ଆଥଲେଟ୍ ହିସାବରେ ଦେଶ ପାଇଁ ପ୍ରଥମ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ନୀରଜ। ବ୍ୟକ୍ତିଗତ ହିସାବରେ ୨୦୦୮ ବେଜିଂ ଅଲିମ୍ପିକ୍ସରେ ସୁରଟ ଅଭିନବ ବିନ୍ଦ୍ରା ସ୍ଵର୍ଣ୍ଣ ପଦକ ଜିତିଥିଲେ। ଏଥିସହ ଦ୍ଵିତୀୟ ଖେଳାଳି ଭାବେ ବ୍ୟକ୍ତିଗତ ପ୍ରତିଯୋଗିତାରେ ନୀରଜ ଚୋପ୍ରା ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିଥବା ପ୍ରକାଶ ପାଇଛି। ସ୍ୱର୍ଣ୍ଣ ବିଜୟ ପରେ ନୀରଜଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ନୀରଜଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ଆଜି ସନ୍ଧ୍ୟାରେ ନିରୋଜ୍ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ଦେଶବ୍ୟାପି ଖୁସିର ମାହୋଲ ସୃଷ୍ଟି ହୋଇଛି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close