ବାବା ବେଶରେ ପ୍ରେମିକାକୁ ଭେଟିବାକୁ ଆସି ପ୍ରେମିକ ହଟହଟା

ବ୍ୟାସନଗର; ୩୦/୦୧( ଶୁଭେନ୍ଦୁ ନାୟକଙ୍କ ଠାରୁ): ବାବା ବେଶରେ ପ୍ରେମିକାକୁ ଭେଟିବାକୁ ଆସି ପ୍ରେମିକ ହଟହଟା। ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ୍ କଲୋନୀ ନିକଟରେ ଘଟିଛି ଏଭଳି ଏକ ଚମତ୍କାର ଘଟଣା। ଯୁବକଙ୍କୁ ପିଲା ଚୋର ସନ୍ଦେହରେ କାବୁ କଲେ ସ୍ଥାନୀୟ ଲୋକ । ଯୁବକଙ୍କୁ ପୋଲିସର ଜିମାଦେଲେ। ଯୁବକ ଏବେ ଥାନାରେ ଅଟକ। ଯୁବକ ଜଣକ ଅନୁଗୁଳ ଅଞ୍ଚଳର ଯୁକ୍ତ ଦୁଇ କଲେଜ୍ ଛାତ୍ର ବୋଲି ଜଣାପଡିଛି। ପୋଲିସ୍ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି। ପ୍ରେମିକାଙ୍କ ପରିବାର ଲୋକ ସେମାନଙ୍କ ପ୍ରେମ ସମ୍ପର୍କକୁ ସ୍ବୀକାର କରୁନଥିବାରୁ ଏଭଳି ଅଭିନୟ କରି ପ୍ରେମିକାଙ୍କ ଘରକୁ ଯାଉଥିଲେ। ଅପରିଚିତ ଯୁବକଙ୍କୁ ବାବା ବେଶରେ ଦେଖି ସ୍ଥାନୀୟ ଲୋକ ପିଲା ଚୋର ବୋଲି ସନ୍ଦେହ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close