ପାରରାଦୀପରେ ୧୫୦ ବେଡ଼ ଇଏସଆଇ ହସପିଟାଲ ପାଇଁ କେନ୍ଦ୍ର ସରକାରଙ୍କ ମଂଜୁରୀ

ଭୁବନେଶ୍ୱର, ୧୮ା୭(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ସୁପାରିଶ ଫଳରେ ପ୍ରସ୍ତାବିତ ପାରାଦୀପ ନିକଟସ୍ଥ ଭୂତମୁଣ୍ଡାଇ ଠାରେ ହେବାକୁ ଥିବା ୩୦ ବେଡ଼ ଇଏସଆଇ ହସପିଟାଲ ୧୦୦ ଶଯ୍ୟା ବିଶିଷ୍ଟ ହେବାକୁ ଥିବା ବେଳେ ଏହାକୁ ପୁଣି ୧୫୦ ଶଯ୍ୟା ବିଶିଷ୍ଟ କରାଯିବାକୁ ସମ୍ପ୍ରସାରଣ ନିଷ୍ପତି କରାଯାଇଥିବା ଜଣାଯାଇଛି । କେନ୍ଦ୍ର ସରକାରଙ୍କ ଚିକିତ୍ସା ସେବାର ଚିକିତ୍ସା ଆୟୁକ୍ତ ଦୀପିକା ଗୋବିଳ ଓଡ଼ିଶା ସରକାରଙ୍କ ପ୍ରମୁଖ ଶ୍ରମ ସଚିବଙ୍କୁ ଜାରୀ କରିଥିବା ଚିଠିରେ ଏ ବିଷୟରେ ଉଲ୍ଲେଖ କରିଛନ୍ତି । ଏହାର ଏକ କପି ଭୂବନେଶ୍ୱର ସ୍ଥିତ ଇଏସଆଇସିର ଆଂଚଳିକ ନିର୍ଦ୍ଦେଶକଙ୍କ ପାଖକୁ ମଧ୍ୟ ପଠାଯାଇ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ଫଳରେ ରାଜ୍ୟରେ ଇଏସଆଇସିର ଭିତିଭୂମି କ୍ରମଶଃ ସୁଦୃଢ଼ ହେଉଥିବାର ଲକ୍ଷ୍ୟ କରାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close