ବିଶିଷ୍ଟ ଶିକ୍ଷାବିତ ରଙ୍ଗାଧର ରାଉତଙ୍କ ୯୯ବର୍ଷ ବୟସରେ ପରଲୋକ


ହାଟଡ଼ିହି ; ୧୧/୧୦ (ବ୍ୟୁରୋ) : ହାଟଡ଼ିହି ବ୍ଲକ ସୋସୋ ପଞ୍ଚାୟତ ମରଚାଇପଦା ଗ୍ରାମର ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍ ରଙ୍ଗାଧର ରାଉତଙ୍କ ପରଲୋକ ଘଟିଛି । ଆଜି ସକାଳେ ମରଚାଇପଦା ସ୍ଥିତ ନିଜ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା । ଏନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଶିକ୍ଷକତା କ୍ଷେତ୍ରରେ ସେ ପାରଦର୍ଶୀ ଥିଲେ ।ଓଡ଼ିଆ ଭାଷା ସାହିତ୍ୟର ଜଣେ ସମ୍ମାନିତ ଶିକ୍ଷକ ଥିଲେ ଏବଂ ଅନେକ ସାମାଜିକ କାର୍ଯ୍ୟ ମଧ୍ୟ କରିଥିଲେ । କୁନି କୁନି ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବା ତାଙ୍କର ରୁଚି ଥିଲା। ବିନା ଶୁଳ୍କରେ ମଧ୍ୟ ସେ ବହୁ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିଛନ୍ତି ତାଙ୍କର ସ୍ଥାନ ଅଞ୍ଚଳରେ ଅପୁରଣୀୟ ହୋଇ ରହିବ। ଏହା ବ୍ୟତୀତ ଅଂଗ୍ରେଜୀ ଭାଷାରେ ତାଙ୍କର ବିପୁଳ ଜ୍ଞାନ ଥିଲା ଏବଂ ସେ ଓଡିଆ ଭାଷାରେ ଅନେକ କବିତା ଲେଖିଥିଲେ । ଜଣେ ଉତ୍କୃଷ୍ଟ ବକ୍ତା ଭାବରେ ମଧ୍ୟ ଅଞ୍ଚଳରେ ପରିଚିତ ଥିଲେ । ରଙ୍ଗାଧର ସାରଙ୍କ ବିୟୋଗରେ ଶୋକସନ୍ତପ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛି ଉଦୟବଟ ପରିବାର।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close