ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଗୋପବନ୍ଧୁଙ୍କ ୧୪୫ତମ ଜୟନ୍ତୀ ପାଳିତ

ବ୍ୟାସନଗର, ୦୯/୧୦: ସ୍ଥାନୀୟ ଚୋରଦା ସ୍ଥିତ ବ୍ୟାସନଗର ବରିଷ୍ଠ ନାଗରିକ ମଂଚ କାର୍ଯ୍ୟାଳୟରେ ଉତ୍କଳମଣି ପଣ୍ଡିତ୍ ଗୋପବନ୍ଧୁ ଦାଶଙ୍କ ୧୪୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ମଂଚର ସଂପାଦକ ଚନ୍ଦ୍ରମଣି ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୋପବଂନ୍ଧୁଙ୍କ ସେବାମୂଳକ କାର୍ଯ୍ୟ ସବୁ ଦିନ ପାଇଁ ତାଙ୍କୁ ଅମର କରି ରଖିବ ବୋଲି କହିଥିଲେ । ତାଙ୍କର ଜୀବନାଦର୍ଶ ପ୍ରତି ଓଡ଼ିଆଙ୍କ ପାଇଁ ଅନୁକରଣୀୟ ହୋଇ ରହିବ ବୋଲି ସେ ଦର୍ଶାଇଥିଲେ । ଶ୍ରୀ ସାମଲ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମଂଚ ସବୁବେଳେ ସେବାମୂଳକ କାର୍ଯ୍ୟ କରିଚାଲିବ ବୋଲି କହିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସହ-ସଂପାଦକ ପ୍ରଫୁଲ୍ଲ କୁମାର ନାୟକ, ବରିଷ୍ଠ ସଭ୍ୟ ଲମ୍ବୋଦର ମଲ୍ଲିକ, ଯୋଗ ଗୁରୁ ବଟକୃଷ୍ଣ ପ୍ରଧାନ, ଯୋଗ ପ୍ରଭାରୀ ଧ୍ରୃବଚରଣ କର, ଶ୍ରମିକ ନେତା ଘନଶ୍ୟାମ ରାଉତ, ସନାତନ ମଲ୍ଲିକ, ଅରୁଣା ଖଣ୍ଡାଇ ପ୍ରମୁଖ ଯୋଗଦାନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close