୫୦ଟି ଅନ୍ତର୍ଜାତୀୟ ପୁରସ୍କାରର ଅଧିକାରୀ ଓଡ଼ିଆ ପୁଅ ହିତେଶ

ବ୍ୟାସନଗର, ୦୮.୧୦: ଯାଜପୁରରୋଡର ହିତେଶ କୁମାର, ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଛୁଆଟି ବେଳୁ ଅଭିନୟ କ୍ଷେତ୍ରରେ ନିଜର ଇଚ୍ଛା ପ୍ରମାଣିତ କରିଥିଲା ଯେ ନିକଟ ଭବିଷ୍ୟତରେ ସେ ନିଜର ନାଁ କୁ ଗୌରବାନ୍ୱିତ କରିବେ । ସୁନାମଧନ୍ୟ ତବଲା ବାଦକ ସ୍ବର୍ଗତ ପ୍ରଫୁଲ୍ଲ କୁମାର ମହାପାତ୍ର ଓ ଲଷ୍ମୀପ୍ରିୟା ମହାପାତ୍ରଙ୍କ ନାତି, ସୁନାମ ଅର୍ଜିତ ଚାରୁ ଓ କାରୁ କଳା ଚିତ୍ରଶିଳ୍ପୀ ନିବେଦିତା ମହାପାତ୍ରଙ୍କ ପୁତ୍ର, ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ଗୀତିସ୍ମିତା ମହାପାତ୍ର ଓ ମଧୁସ୍ମିତା ମହାପାତ୍ରଙ୍କ ପୁତୁରା, ଦେଶ ବିଦେଶରେ ପ୍ରସିଦ୍ଧ ତବଲା ବାଦକ ମନମୋହନ ମହାପାତ୍ରଙ୍କ ଭଣଜା ରୂପେ କଳାକାର ପରିବାରରୁ ଆସିଥିବା ହିତେଶ ନିଜର କଳାକୁ ଫିଲ୍ମ ଜଗତରେ ପ୍ରତିଷ୍ଠା କରି ଆଜି ପାଇଛନ୍ତି ୫୦ଟି ଅନ୍ତର୍ଜାତୀୟ ପୁରସ୍କାର ।

              ପ୍ରାମାଣିକ ଚଳଚ୍ଚିତ୍ର ବନେଇବା ଓ ଫିଲ୍ମ ଦେଖିବା ଏକ ନିଶା ବୋଲି ସେ କୁହନ୍ତି । ସେ ବନାଇ ଥିବା ଫିଲ୍ମ ” ମା ପରି କିଏ ହବ “, “ସ୍ବପ୍ନ”, “ବିଜୟିନୀ”, ” ଶ୍ରୀ ଜଗନ୍ନାଥ “, ” ଜୟ ତୁ ଜୟ ତୁ ଭାରତମ”, ” ଆଜାଦୀ “, ” ଲକଡାଉନ ଡାଏରି “, “ହାପି ଗଣେଶ ପୂଜା” ଆଜି ଯାଏ 20ଟି ଫିଲ୍ମ ଫେଷ୍ଟିଭାଲରେ ଭାଗ ନେବା ସହ ଲଣ୍ଡନ ଓ ସିଡ଼ନୀ ଲିଫ୍ଟ ଅଫ ଫିଲ୍ମ ଫେଷ୍ଟିଭାଲରେ ଯାଜପୁରର ନାଁ କୁ ଗୌରବାନ୍ୱିତ କରିଛନ୍ତି । ସେ ଗତ ମାସ ୧୩ ତାରିଖରେ JBS ଓ ଓରିଫାର୍ମିଙ୍ଗ ଦ୍ୱାରା ଆୟୋଜିତ କୋବିଡ଼ 19 ଅନ୍ତରାଷ୍ଟ୍ରୀୟ ଚଳଚ୍ଚିତ୍ର ମହୋତ୍ସବ, ଭୁବନେଶ୍ୱରରେ 30ଟି ଦେଶରୁ ଆସିଥିବା 1300 ଫିଲ୍ମ ମଧ୍ୟରୁ ହିତେଶଙ୍କ 3ଟି ଫିଲ୍ମ 6ଟି ପୁରସ୍କାରର ବିଜେତା ହୋଇଛି । ତାଙ୍କ ଫିଲ୍ମ ” ମା ପରି କିଏ ହବ ” , “ସ୍ବପ୍ନ” , “ବିଜୟିନୀ” ବିଭିନ୍ନ ବିଭାଗ” ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର, ଶ୍ରେଷ୍ଠ ନିର୍ଦେଶନା, ଶ୍ରେଷ୍ଠ ସଂପାଦନା, ଶ୍ରେଷ୍ଠ ପୋଷ୍ଟର / ଫଳକ “ରେ ପୁରସ୍କାର ପାଇଛନ୍ତି ।

         ସଫଳତାର ଶୀର୍ଷକରେ ସେ ନିଜ ଟିମ “ସରୋଜ କୁମାର ମହାରଣା, ଅଶୋକ କୁମାର ଶା, ରାଜେଶ କୁମାର ମୁର୍ମୁ, ପ୍ରିୟବ୍ରତ ମିଶ୍ର, ସଂସ୍କୃତି ବସୁ, ସୁନୀଲ ନାୟକ, ନିତିନ କୁମାର, ଶିବାନନ୍ଦ ବିଶ୍ୱାଳଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ଚଳଚ୍ଚିତ୍ରର ସମସ୍ତ ଶ୍ରେୟ କଳାକାର ମନଶ୍ୱିନୀ ଦ୍ବିବେଦୀ, ଶ୍ୟାମଳେନ୍ଦୁ ପାତ୍ର, ଅଶୋକ କୁମାର ପତି, ଇତିଶ୍ରୀ ପତି, ପରଣୀକା ପାଢ଼ୀ, ପୁରୁଜିତ ପାଢ଼ୀ, ଭାଷା ପାଢ଼ୀ, ମାନସ ରଞ୍ଜନ ମହାନ୍ତି, ଟିକିନା ରାଉତ ଆଦିଙ୍କୁ ଦେଇଛନ୍ତି । ହିତେଶ ଏକ କଳାକାର ପରିବାରରୁ ଆସିଥିବା ବେଳେ ପିଲା ବେଳୁ ସେ ମଞ୍ଚରେ ଅଭିନୟ କରିବା ସହ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ପରେ ପରେ ସେ ଏକାଧାରରେ ନିର୍ଦେଶନା, ସମ୍ପାଦନା, ଚିତ୍ରଗ୍ରହଣ, ସଂଳାପ ଲେଖିବା ସହ ନିଜର ପ୍ରାମାଣିକ ଚଳଚିତ୍ରର ପ୍ରଯୋଜନା ମଧ୍ୟ କରୁଛନ୍ତି । ଏପରି ଯୁବ କଳାକାରଙ୍କୁ ସରକାର ସାହାଯ୍ୟ ସହଯୋଗ ଦେବା ସହ ତାଙ୍କ ଭବିଷ୍ୟତରେ ଉତୋରତ୍ତର ଉନ୍ନତି କାମନା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close