ଓଡ଼ିଶା କ୍ରୀଡା ଜଗତର ଏକ ବ୍ରାଣ୍ଡରେ ପରିଣତ ହୋଇଛି – ବିଷ୍ଣୁବ୍ରତ


ଭଦ୍ରକ; ୧୧/୦୮ ( ବ୍ୟୁରୋ ): ଭଦ୍ରକ ଜିଲ୍ଲା ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲ ନିକଟରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ସହ କୃତଜ୍ଞତା ପ୍ରଦାନ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗ ଦେଇ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଅବଦାନ ଅତୁଳନୀୟ, ଓଡ଼ିଶା କ୍ରୀଡା ଜଗତର ଏକ ବ୍ରାଣ୍ଡରେ ପରିଣତ ହୋଇଛି ବୋଲି ମତପୋଷଣ କରିଥିଲେ | ଏହି ଅବସରରେ ବ୍ଳକ ଅଧ୍ୟକ୍ଷା ପୁର୍ଣ୍ଣିମା ମଳିକ, ବିଜେଡ଼ି ବ୍ଳକ ସଭାପତି ଦିନବଂଧୁ ଦାସ, ବିଧାୟକ ପ୍ରତିନିଧି ଅସିତ ଦାସ, ସାଂସଦ ପ୍ରତିନିଧି ସୁରେଷ ମହାନ୍ତି, ଶ୍ୟାମସୁନ୍ଦର ମହାନ୍ତି, ମାନସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବାସୁଦେବପୁର ବିଧାନସଭା କ୍ଷେତ୍ରର ସମସ୍ତ ଜନପ୍ରତିନିଧି ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close