ଓଡ଼ିଶା ସାମ୍ବାଦିକ ସଂଘ ପକ୍ଷରୁ ୧୦ ତମ ବାର୍ଷିକ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ


ଭଦ୍ରକ ; ୧୯/୦୯ (ବ୍ୟୁରୋ) : ଓଡ଼ିଶା ସାମ୍ବାଦିକ ସଂଘ ପକ୍ଷରୁ ଭଦ୍ରକ ଭାଗବତ କଲ୍ୟାଣ ମଣ୍ଡପ ଠାରେ ୧୦ତମ ବାର୍ଷିକ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉଦ୍ରକ ଜିଲ୍ଲା ସଭାପତି ଜ୍ଞାନ ପ୍ରକାଶ ପାଣିଙ୍କ ସଭାପତିତ୍ଵରେ ଆୟୋଜିତ ସଭାକୁ ଉଦଘାଟକ ଓ ବରେଣ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜିବ କୁମାର ମଲ୍ଲିକ ଉଦ୍‌ଘାଟନ କରିବା ସହ ସାମ୍ବାଦିକ ସମାଜ ଉପରେ ଆଲୋକପାତ କରି ବକ୍ତଵ୍ୟ ରଖିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଯୋଗ ଦେଇ ସାମ୍ବାଦିକମାନଙ୍କ ନିର୍ତ୍ତିକ ଓ ସତ୍ୟ ତଥ୍ୟ ଭିତ୍ତିକ ଖବର ପରିବେଷଣ ଉପରେ ଗୁରୁତ୍ଵ ଆରୋପ କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଧାମନଗର ବିଧାୟକ ତଥା ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ ଯୋଗଦେଇ ସାମ୍ବାଦିକ ମାନଙ୍କ ସମସ୍ୟା, ସେମାନଙ୍କ ଜୀବନ ଯାପନ ପ୍ରଣାଳୀ ଓ ବର୍ତ୍ତମାନର ସମ୍ବାଦ ପରିବେଷଣ ଉପରେ ଗୁରୁତ୍ଵ ଦେବାକୁ ସାମ୍ବାଦିକ ମାନଙ୍କୁ ଆହ୍ବାନ ଦେଇଥିଲେ । ସରକାର ସାମ୍ବାଦିକଙ୍କ ଦାବୀ ଉପରେ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି କହିଥିଲେ । ସେହିପରି ସମ୍ମାନୀତ ଅତିଥି ଭାବେ ଉପ ଜିଲ୍ଲାପାଳ ପିତାମ୍ବର ସାମଲ , ଅମୃତ ଦର୍ଶନ ସଂପାଦକ ତଥା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଜିଲ୍ଲା ସୂଚନା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ସେହିପରି ସ୍ଵତନ୍ତ୍ର ଅତିଥି ଭାବେ ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ ସାଧାରଣ ସଂପାଦକ ଶଶିଭୂଷଣ ପ୍ରହରାଜ ଓ ରାଜ୍ୟ ସଂଯୋଜକ ବିଶ୍ଵ ରଂଜନ ପାଣିଗ୍ରାହୀ ନିଜର ସାରଗର୍ଭକ ମତପୋଷଣ କରିଥିଲେ । ଜିଲ୍ଲା ସଂପାଦକ ଉଦ୍ଧବ ଚରଣ ମିଶ୍ର ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଂଘର ବରିଷ୍ଠ ସଭ୍ୟ ବିରେନ୍ଦ୍ର ଯେନା ପ୍ରାରମ୍ଭିକ ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ଗୋ- ସେବା, ସମାଜ ସେବା , ରକ୍ତଦାନ ଇତ୍ୟାଦି ନିଃସ୍ଵାର୍ଥପର ସେବା ଯୋଗାଉଥିବା ଶହୀଦ ଭଗତ ସେନା, ଭଦ୍ରକ ସୋସିଆଲ ସର୍ଭିସ ଓ ପାଞ୍ଚ ଜଣ ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲାର ସାମ୍ବାଦିକମାନେ ଏବଂ ସଂଘର ସମସ୍ତ ବ୍ଳକର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଡ. ହରିହର ନାୟକ ଓ ପ୍ରମୋଦ ରାୟ ସାମ୍ବାଦିକ ମାନଙ୍କ ମୌଳିକ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଯୁଗ୍ମ ସଂପାଦକ ଲକ୍ଷ୍ମୀକାନ୍ତ ନାଥ, ଉପସଭାପତି ସଂଜୟ ଦାସ, ଦିଲ୍ଲିପ ଖୁଣ୍ଟିଆ, ଦେବାଶିଷ ମହାନ୍ତି, ଅମୀୟ ମହାନ୍ତି, ପ୍ରଶାନ୍ତ ସିଂ, ମାର୍କଣ୍ଡ ଧଡା, ପ୍ରମୋଦ ରାଉତ, ରାମନାରାୟଣ ମିଶ୍ର ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close