କାନପୁରରେ ପଞ୍ଚମ ର୍ବାର୍ଷିକ ସାଳନ୍ଦୀ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଝୁମିଲେ କୁନି କୁନି ପିଲା

କାନପୁର; ୨୩/୦୧(ନି ପ୍ର) : କେନ୍ଦୁଝର ଜିଲ୍ଲା ସୋସୋ ପଞ୍ଚାୟତ କାନପୁର ଗ୍ରାମରେ ପଞ୍ଚମ ର୍ବାର୍ଷିକ ସାଳନ୍ଦୀ ମହୋତ୍ସବ ବହୁ ଆଡ଼ମ୍ବରରେ ଉଦ୍ଘାଟିତ ହୋଇଯାଇଛି।ଏହି ଉତ୍ସବର ପ୍ରଥମ ସନ୍ଧ୍ୟାରେ ନାଚ ଗୀତରେ ଝୁମିଲେ କୁନି କୁନି ପିଲା ।କରୋନା ପାଇଁ ଦୀର୍ଘ ଦିନ ଧରି କାର୍ଯ୍ୟକ୍ରମ ବନ୍ଦ ଥିବାବେଳେ ଏବେ ଚାରିଆଡ଼େ ନୃତ୍ୟ ଗୀତର ଆସର୍ ଜମୁଥିବାବେଳେ ସାଳନ୍ଦୀ ଉତ୍ସବରେ ନିଜର ପ୍ରତିଭା ଦେଖାଇବାକୁ ପିଲାମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ନାଚ ଗୀତରେ କମ୍ପି ଉଠିଥିଲା ସାଳନ୍ଦୀ ଉତ୍ସବର ରଙ୍ଗମଞ୍ଚ।ଏହି କାର୍ଯ୍ୟକ୍ରମ ରେ ଉଦ୍ଘାଟକ ଭାବେ କେନ୍ଦୁଝର ଜିଲ୍ଲାପରିଷଦ ସୋମନାଥ ଦାଶ, ମୂଖ୍ୟ ଅତିଥି ଭାବେ ହଦଗଡ଼ ବନ୍ୟାଞ୍ଚଳ ଅଧିକାରୀ ସୁମିତ୍ ମହାନ୍ତି, ସମ୍ମାନିତ ଅତିଥି ଭାବେ ଆନନ୍ଦପୁର ପୂର୍ବତନ ନଗରପାଳ କୁନମୁନ ପଣ୍ଡା,ଯୁବ ସମାଜସେବୀ ଇଁ ବିଶ୍ଵନାଥ ପ୍ରତାପ ଦାଶ,ନାଟ୍ୟକାର ଗୋପୀନାଥ ପାଢ଼ୀ,ମଞ୍ଚ ସଭାପତି ଗଙ୍ଗାଧର ରାଉତ ଯୋଗ ଦେଇ ପ୍ରଥମେ ଦୀପ ପ୍ରଜ୍ବଳିତ କରିବା ସହ ସାଳନ୍ଦୀ ମହୋତ୍ସବ ବିଷୟ ରେ ନିଜ ବକ୍ତବ୍ୟ ରଖିଥିଲେ।କୁନି କୁନି ପିଲାମାନଙ୍କୁ ଉତ୍ସାହିତ କରିବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।ଉକ୍ତ କାର୍ଯକ୍ରମରେ ବେସାମରିକ ସେନା କହ୍ନେଇ ଚରଣ ଜେନା, ଯୋଗେନ୍ଦ୍ର ବେହେରା,ସମାଜସେବୀ ବିଶ୍ଵନାଥ ପ୍ରତାପ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଉକ୍ତ ସଭାକୁ ଗୌରାଙ୍ଗ ରାଉତ ,କାବୁଲି ବେହେରା ପରିଚାଳନା କରିଥିଲେ।କମିଟିର ସଦସ୍ୟ ସର୍ବେଶ୍ଵର ବେହେରା,ଦୟା ମଣ୍ଡଳ,ବିଜୟ ଧଳ, ଦୁଃଖନ, ଲମ୍ବୋଦର ଖମାରି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।ସମ୍ପାଦକ ବିଶ୍ବରଂଜନ ପାଣିଗ୍ରାହୀ ପିଲାମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭା କୁ ଲୋକଲୋଚନକୁ ଆଣିବାକୁ ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଚାଲୁ ରଖି ସମସ୍ତ ଙ୍କ ମୁଖରେ ହସ ଫୁଟାଇବେ ବୋଲି କହିବା ସହ ସମସ୍ତଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close