‘ଉଦୟବଟ’ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବ୍ୟାସନଗର, ୦୨/୧୦(ଉ. ନ୍ୟୁଜ୍ ବ୍ୟୁରୋ): ‘ଉଦୟବଟ’ ତରଫରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଓ ସ୍ୱାଧିନ ଭାରତର ୨ୟ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ୧୧୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ନିକଟରେ ବୋଟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଶାର ଖ୍ୟାତନାମା, ଯୁବ ତଥା ଦକ୍ଷ ସାମ୍ବାଦିକ ଅରିନ୍ଦମ ଦାଶ, ଓଡ୍ରାଫ୍ କର୍ମଚାରୀ ସୀତାରାମ ମୁର୍ମୂ, ଅବସରପ୍ରାପ୍ତ ଜଂଗଲ ଓ ପରିବେଶ ବିଭାଗର ଅନୁଶାସନ ସଚିବ ତଥା ବିଶିଷ୍ଟ ସମାଜସେବୀ ଗୋବିନ୍ଦ ଚନ୍ଦ୍ର ମାହୁନ୍ତ, ତାଙ୍କ ପୁତ୍ର ରଜତଙ୍କ ପାଇଁ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ସେମାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା ।
ଏହି ଅବସରରେ ‘ଉଦୟବଟ’ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ କରାଯାଇ ସଫେଇ କରାଯାଇଥିଲା । ଅପରାହ୍ନରେ ଅନୁଷ୍ଠିତ ଆଲୋଚନାରେ ଗାନ୍ଧୀଙ୍କ ସମାଜବାଦ, ରାମ ରାଜ୍ୟ ଓ ସ୍ୱଚ୍ଛ ଭାରତ ଉପରେ ଆଲୋଚନା କରାଯାଇଥିବା ବେଳେ ଶାସ୍ତ୍ରୀଙ୍କ ସଚ୍ଚୋଟତା ଆମ ସମସ୍ତଙ୍କ ପାଇଁ ଅନୁକରଣୀୟ ବେଲେି ମତପ୍ରକାଶ ପାଇଥିଲା । ଏଥିରେ ବରିଷ୍ଠ ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତି, ସାମ୍ବାଦିକ ଅଭିରାମ ପରିଡା, ଶ୍ରମିକ ନେତା ଅରୁଣ କୁମାର ଦାସ, ସୁମିତ୍ରା ମିଶ୍ର, ଗୋଲାପ ମଲ୍ଲିକ, କାଂଚନ ନାୟକ, ତିଳୋତମା ମହାନ୍ତି, ଯୁବ ସମାଜସେବୀ ଶୁକଦେବ ମଲ୍ଲିକ, ଚକ୍ରଧର ମଲ୍ଲି୍‌କ, ଗୈାରୀଶଙ୍କର ପତି ପ୍ରମୁଖ ଯୋଗ ଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଆଦର୍ଶକୁ ଅନୁପାଳନ କରିବାକୁ କହିଥିଲେ । ଶେଷରେ ବିଦ୍ୟୁତ୍‌ପ୍ରଭା ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close