‘ଉଦୟବଟ’ ତରଫରୁ ୧ମ ଦିବାରାତ୍ର ବ୍ୟାଡମିଂଟନ ପ୍ରତିଯୋଗିତା ଅନୁଷ୍ଠିତ

ବ୍ୟାସନଗର,୩୦/୧(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ’ ମଣ୍ଡପ ସାମନାରେ ସାଧାରଣତନ୍ତ୍ର ଦିବସରୁ ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟ ସ୍ତରୀୟ ବାଳକ ଓ ବାଳିକାଙ୍କ ମଧ୍ୟରେ ଦିବାରାତ୍ର ବ୍ୟାଡମିଂଟନ ପ୍ରତିଯୋଗିତା ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଛି । ଏହି ପ୍ରତିଯୋଗିତାକୁ ବ୍ୟାସନଗର ପୈାର ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ଯାଜପୁର ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଂପାଦକ ରସାନନ୍ଦ ମହାନ୍ତି ଫିତା କାଟି ଉଦ୍‌ଘାଟନ କରିଥିଲେ । ଏଥିରେ ବିଭିନ୍ନ ଦିନରେ ଅତିଥି ଭାବେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଜମ୍ବୁନାଥ ସାମଲ, ମଡେଲ ସ୍କୁଲ ଟ୍ରଷ୍ଟର ପ୍ରଶାସନିକ ଅଧିକାରୀ ଦାମୋଦର ପାତ୍ର, ପ୍ରଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଶିକ୍ଷାବିଦ୍ ଅଶ୍ୱିନୀ କୁମାର ଦାସ, ରାଜ୍ୟ ସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ସାମ୍ବାଦିକ ବିଶ୍ୱରଂଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ଉଦ୍‌ଯାପନ ଉତ୍ସବରେ ଗ୍ରାମୀଣ ଶ୍ରମ ନିରୀକ୍ଷକ ସଂଜୀତ୍ କୁମାର ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ଖେଳାଳୀମାନଙ୍କୁ କପ୍ ପ୍ରଦାନ କରିଥିଲେ । ଖେଳ ପରିଚାଳନାରେ ରେଫ୍ରି ଭାବେ ମନୋଜ ସାମଲ, ଧିରେନ୍ଦ୍ର ସ୍ୱାଇଁ ଓ ରମେଶ ପୃଷ୍ଟି ପ୍ରମୁଖ ଦାୟିତ୍ୱ ସମ୍ବାଳିଥିଲେ । ଭାଷ୍ୟକାର ଭାବେ ଦୁଷ୍ମନ୍ତ କୁମାର ରାଉତ, କଳିଙ୍ଗ କେଶରୀ ରାଉତ କାର୍ଯ୍ୟ କରିଥିଲେ । ଖେଳ ପରିଚାଳନାରେ ଗୈାରୀ ଶଙ୍କର ପତି, ଭାରତ ଭୂଷଣ ରାଉତ, ବିଦ୍ୟୁତ୍‌ପ୍ରଭା ରାୟ, ସୁମନ ରାୟ, ପ୍ରଫୁଲ୍ଲ ବାରିକ, ବସନ୍ତ ପାତ୍ର, ଅଂଶୁମାନ ଦାସ ପ୍ରମୁଖ ସହଯୋଗ କରିଥିଲେ । କୁନି ଭାଷ୍ୟକାର କଳିଙ୍ଗ କେଶରୀ ରାଉତଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close