ଯୁବ ଓ ଦକ୍ଷ ସାମ୍ବାଦିକ ଅରିନ୍ଦମଙ୍କ ପାଇଁ ବ୍ୟାସନଗର ସାମ୍ବାଦିକମାନଙ୍କ ପକ୍ଷରୁ ଗୋପବଂନ୍ଧୁ ଛକରେ କ୍ୟାଣ୍ଡେଲ ଶୋଭାଯାତ୍ରା
ବ୍ୟାସନଗର, ୨୫/୯(ଉ. ନ୍ୟୁଜ୍ ବ୍ୟୁରୋ): କଟକର ମୁଣ୍ଡୁଳି ଠାରେ ନିଜ କର୍ତବ୍ୟ ଜାରୀ ରଖିଥିବା ବେଳେ ବୋଟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଶାର ଖ୍ୟାତନାମା, ଯୁବ ତଥା ଦକ୍ଷ ସାମ୍ବାଦିକ ଅରିନ୍ଦମ ଦାଶ (୩୯ ବର୍ଷ)ଙ୍କ ଘଟଣା ଗତକାଲି ଠାରୁ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଆସୁଥବା ବେଳେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସବୁରି ମୁହଁରେ ୰ ଅରିନ୍ଦମଙ୍କ କାର୍ଯ୍ୟଶୈଳୀ, ଦୁଃସାହସିକତାର ପ୍ରଂଶସା କରାଯାଉଥିବା ବେଳେ ବିଧିର ବିଧାନକୁ ଏଡାଇ ଯାଇନାହାନ୍ତି । ବିଭିନ୍ନ ସ୍ଥାନରେ ତାଙ୍କ ପାଇଁ ଶୋକ ସଭାମାନ ଅନୁଷ୍ଠିତ ହେଉଛି ।
ଆଜି ସନ୍ଧ୍ୟାରେ ବ୍ୟାସନଗରର ସାମ୍ବାଦିକବନ୍ଧୁମାନେ ଏକତ୍ର ଭାବେ ୰ ଅରିନ୍ଦମଙ୍କ ପାଇଁ ସ୍ଥାନୀୟ ଗୋପବଂଧୂ ଛକରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତି ନିକଟରେ କ୍ୟାଣ୍ଡେଲ ଜଳାଇ ନୀରବ ପ୍ରାର୍ଥନା କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ଏଥିରେ ବରିଷ୍ଠ ସାମ୍ବାଦିକ ଚିନ୍ତାମଣି ପାଢ଼ୀ, ଶରତ ପଥାଳ, ଉମାକାନ୍ତ ରାଉତ, ସଂଗ୍ରାମ ସିଂହ, ହର୍ଷବର୍ଦ୍ଧନ ବେହେରା, ହାରାଧନ ବାନାର୍ଜୀ, ବାବୁରାମ ଜେନା, ସୁଦୀପ୍ କୁମାର ମିଶ୍ର, କୈଳାସ ରାଉତ, ସୁଜିତ୍ ମଲ୍ଲିକ, ପ୍ରକାଶ ରାଉତ, ଜ୍ଞାନରଂଜନ ଓଝା, ପ୍ରଭୂଦତ ମହାନ୍ତି, ପବିତ୍ର ରଂଜନ ମହାନ୍ତି, ପ୍ରଦ୍ୟୁମ୍ନ କୁମାର ବୋଇତାଇ, ଦେବେନ୍ଦ୍ର କୁମାର ନାୟକ, ନିତ୍ୟାନନ୍ଦ ମହାଳିକ, ଜଗଦୀଶ ପ୍ରସାଦ ମଟାଣିଆ, ପ୍ରଦୀପ ଚାନ୍ଦ ପ୍ରମୁଖ ସାମିଲ ହୋଇଥିଲେ ।