ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା : ରୋଗୀ ହନ୍ତସନ୍ତ

ଯାଜପୁର; ୨୩/୦୯ (ବ୍ୟୁରୋ) : ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବହୁ ବିଭାଗର ଅବ୍ୟବସ୍ଥା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ଯାଜପୁର ଜିଲ୍ଲା ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବଡ଼ଚଣା ବ୍ଲକ ସମେତ ମାହାଙ୍ଗା ଓ ଗଁନ୍ଦିଆ ବ୍ଳକ୍ ଅଞ୍ଚଳର କେତେକ ପଞ୍ଚାୟତର ଲୋକ ନିର୍ଭର କରିଥାନ୍ତି । ପ୍ରତ୍ୟହ ବହୁ ସଂଖ୍ୟାରେ ରୋଗୀ ଏଠାକୁ ଚିକିତ୍ସା ସେବା ପାଇବାକୁ ଆସିଥାନ୍ତି । ମାତ୍ର ଏଠାରେ ବହୁ ବିଭାଗର ବିଶେଷଜ୍ଞ ଡାକ୍ତର ନାହାଁନ୍ତି କି ସେମାନଙ୍କୁ ଉଦ୍ଦିଷ୍ଟ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଆବଶ୍ୟକ ବ୍ୟବସ୍ଥା ସବୁ ନାହିଁ । ଅନେକ ମୂଲ୍ୟବାନ ଯନ୍ତ୍ରାଂଶ ଚଳାଇବାକୁ କର୍ମଚାରୀ ନ ଥିବାରୁ ସେସବୁ ପଡ଼ି ରହି ଅକାମୀ ହୋଇ ଗଲାଣି । ରକ୍ତ ମଳ ମୂତ୍ର କଫ ଓ ଧାତୁ ଆଦି ପରୀକ୍ଷା କରିବାର ବ୍ୟବସ୍ଥା ନ ଥିବାରୁ ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ବାହାରେ ପରୀକ୍ଷା କରିବାକୁ ବାଧ୍ୟ ହେଉଛନ୍ତି । ରୋଗୀଙ୍କୁ ଆବଶ୍ୟକ ସ୍ଥଳେ ତ୍ୱରିତ ସେବା ଯୋଗାଇ ଦେବାକୁ ଆମ୍ବୁଲାନ୍ସ ମଧ୍ୟ ଯୋଗାଇ ଦିଆଯାଇ ପାରୁନି । ଏଠାରେ ଥିବା ରୋଗୀ କଲ୍ୟାଣ ସମିତି କେବଳ ନାମକୁ ମାତ୍ର ହିଁ ରହିଛି । ଫଳରେ ଏଠାକୁ ବଡ଼ ଭରସା କରି ଆସୁଥିବା ରୋଗୀମାନଙ୍କୁ କେବଳ ହତାଶ ହେବାକୁ ପଡୁଛି । ଯାଜପୁର ପ୍ରଶାସନ ସ୍ବାସ୍ଥ୍ୟକେନ୍ଦ୍ରର ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close