କ୍ରୋମ୍ ନଗର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ

ବ୍ୟାସନଗର; ୧୦/୦୪ ( ବସନ୍ତ କୁମାର ପାତ୍ରଙ୍କ ଠାରୁ ): କ୍ରୋମ୍ନଗର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ପଟ୍ଟନାୟକଙ୍କର ଗତକାଲି ଅପରାହ୍ନ ୩:୩୦ ମିନିଟ୍ ସମୟରେ ଡାକ୍ତରଖାନା ନେବା ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ଗତ ୪ ଦିନ ହେଲା ସେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ ଏବଂ ଗତକାଲି ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦାନଗଦି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ସମୟରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ବିୟୋଗରେ ବ୍ୟାସନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶେଷକୃତ୍ୟ ବେଳକୁ ତାଙ୍କ ପାର୍ଥିବ ଶରୀର ପାଖରେ ତାଙ୍କ ପତ୍ନୀ, ଦୁଇ ଝିଅ, ଦୁଇ ଭାଇ, ଭାଉଜ, ପୁତୁରା, ଝିଆରୀ,ପରିବାରବର୍ଗ, ସହକର୍ମୀ ତଥା ଅନେକ ପୁରାତନ ଛାତ୍ର ଛାତ୍ରୀ ତଥା ଅଭିଭାବକ ଉପସ୍ଥିତ ଥିଲେ । ଏହି ଦୁଃଖଦ ଖବର ଶୁଣିବା ପରେ ପୂର୍ବତନ ମନ୍ତ୍ରୀ ଡ଼ଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ବିଧାୟକ ଅଶୋକ ଚନ୍ଦ୍ର ବଳ ଏବଂ ବ୍ୟାସନଗରର ପୂର୍ବତନ କାଉନସିଲରମାନେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇଥିଲେ ଏବଂ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ତାଙ୍କରି ବିୟୋଗରେ ବ୍ୟାସନଗରର ଶିକ୍ଷକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । କ୍ରୋମନଗର ବିଦ୍ୟାପୀଠ ପରିସରରେ ଆଜି ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓଙ୍କ ଉପସ୍ଥିତିରେ ଅନ୍ୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ୰ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ । 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close