କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲଙ୍କ ଯାଜପୁର ଜିଲ୍ଲା କାର୍ଯ୍ୟାଳୟରେ ସମୀକ୍ଷା

ଯାଜପୁର;୨୩/୦୯ (ବ୍ୟୁରୋ): ସରକାରୀ ବ୍ୟବସ୍ଥା ମାଧ୍ୟମରେ ସାଧାରଣ ଲୋକମାନଙ୍କୁ ସମୟୋଚିତ ସାମାଜିକ ନ୍ୟାୟ ପ୍ରଦାନ, ସେମାନଙ୍କର ଆବଶ୍ୟକତା ଓ ଅଧିକାରକୁ ତ୍ୱରାନ୍ୱିତ ପ୍ରକ୍ରିୟାରେ ପ୍ରଦାନ ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଗୁରୁତ୍ୱ ଦେଇଚ୍ଥନ୍ତି। ଗତ କାଲି ବୁଧବାର ଯାଜପୁର ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗର କାର୍ଯ୍ୟାବଳୀର ସମୀକ୍ଷା କରିବାକୁ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ସାମଲ ପହଂଚିଥିଲେ। ସର୍ବ ପ୍ରଥମେ ମା’ ବିରଜାଙ୍କ ଦର୍ଶନ କରିବା ସହ ବିରଜା ମନ୍ଦିରର ଊନ୍ନୟନ କାର୍ଯ୍ୟର ସମୀକ୍ଷା ଓ ଅନୁଧ୍ୟାନ କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିଥିଲେ। ଏଥିରେ ସାଧାରଣ ଓ ବିବିଧ ବିଭାଗ, ରାଜସ୍ୱ, ତଉଜି, ଭୂ ଅର୍ଜନ ବିଭାଗ, ଜୁଡିସିଆଲ, ପାୟତରାଜ, ସାମାଜିକ ସୁରକ୍ଷା, ସାମାଜିକ କଲ୍ୟାଣ, ଯୋଗାଣ, ନିର୍ବାଚନ, ପ୍ଳାନିଂ, ଶିକ୍ଷା, ସୂଚନା ଓ ଲୋକ ସଂପର୍କ, ଅବକାରୀ, କ୍ରୀଡା, ମଙ୍ଗଳ ବିଭାଗ, ସୂଚନା ଅଧିକାର, ଅଡିଟ ଆଦି ବହୁ ବିଭାଗର ସେ ସମୀକ୍ଷା କରିଥିଲେ। ରାଜସ୍ୱ ଆଦାୟକୁ ଗୁରୁତ୍ୱ ଦେବା ସହ ଊନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଶ୍ରୀଯୁକ୍ତ ସାମଲ ସମସ୍ତ ଅଧିକାରୀ/କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ଚକ୍ରୱର୍ତୀ ସିଂହ ରାଠୋର ରାଜସ୍ୱ ଆୟୁକ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାର ସ୍ଥିତି ସଂପର୍କରେ ଅବଗତ କରାଇଥିଲେ। ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଉପଜିଲ୍ଲାପାଳ ଡଃ ଶରତ କୁମାର ମହାପାତ୍ର, ଡେପୁଟୀ କଲେକ୍ଟର କୁଳମଣି ନାୟକ, କାଜଲ ପ୍ରଧାନ, ପ୍ରଜ୍ଞା ହୋତା, ଶୁଭଦର୍ଶନ ମିଶ୍ର, ସହାୟକ ଜିଲ୍ଲାପାଳ ତିଳୋମା ପୃଷ୍ଟି, ତରଣୀସେନ ପଟ୍ଟନାୟକ, ଊମେଶ ଚନ୍ଦ୍ର ଲେଙ୍କା ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close