ବ୍ରାହ୍ମଣୀ ନଦୀରେ ବୁଡି ଜଣେ ନିଖୋଜ, ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି

ଯାଜପୁର; ୨୩/୦୯ (ବ୍ୟୁରୋ) : ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ରେଖିଦେଇପୁର ପଞ୍ଚାୟତ ପାଇକରାପୁର ଗ୍ରାମରେ ଘଟିଛି ଅଘଟଣ । ବ୍ରାହ୍ମଣୀ ନଦୀରେ ବୁଡି ଜଣେ ନିଖୋଜ ଥିବା ଖବର ପ୍ରକାଶ ପାଇଛି। ସୂଚନା ମୁତାବକ ପାଇକରାପୁର ଗ୍ରାମର ଘନଶ୍ୟାମ ସାହୁ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ସ୍ନାନ କରିବାକୁ ଯାଇଥିଲେ। ତେବେ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକଙ୍କ ମନରେ ସନ୍ଦେହ ଉପୁଜିବାପରେ ଘନଶ୍ୟାମଙ୍କ ପୁଅ ଅନାଦି କିଛି ସାଙ୍ଗ ମାନଙ୍କୁ ଡାକି ନଦୀକୂଳକୁ ଯାଇ ଖୋଜାଖୋଜି ଆରମ୍ଭ କରିଥିଲେ ହେଲେ କୌଣସି ଖବର ନ ମିଳିବା ପରେ ଏବଂ ସେଠାରେ ଘନଶ୍ୟାମଙ୍କ ଚପଲ ପଡିଥିବାର ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏହି ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଖୋଜା ଖୋଜି ଜାରି ରଖିଥିଲେ ଏଯାବତ ତାଙ୍କର କୌଣସି ସନ୍ଧାନ ମିଳିନାହିଁ। ଏପଟେ ଖବର ପାଇ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close