
ବାପାଙ୍କ ବିୟୋଗର ୧୨ ଦିନ ପରେ ପୁଅର ଦେହାନ୍ତ, ଧର୍ମଶାଳା ଅଂଚଳରେ ଶୋକର ଛାୟା
ଧର୍ମଶାଳା, ୨୧/୯(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ କୋତପୁର ପଂଚାୟତର ଭଗବାନପୁର ଗ୍ରାମର ଅଧିବାସୀ ତଥା ଅବସରପ୍ରାପ୍ତ ଜଂଗଲ ଓ ପରିବେଶ ବିଭାଗର ଅନୁଶାସନ ସଚିବ ତଥା ବିଶିଷ୍ଟ ସମାଜସେବୀ, ପୂର୍ବତନ ପଂଚାୟତ ସମିତି ସଭ୍ୟ ଗୋବିନ୍ଦ ଚନ୍ଦ୍ର ମାହୁନ୍ତଙ୍କ ଗତ ୦୮/୦୯/୨୦୨୧ରେ ‘କରୋନା’ରେ ଦେହାନ୍ତ ହୋଇଥିବା ବେଳେ ତାଙ୍କର ବଡ ପୁଅ ରଜତ (୪୫ ବର୍ଷ)ଙ୍କ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ‘କରୋନା’ରେ ବିୟୋଗ ଘଟିବା ଘଟଣା ଭଗବାନପୁର ଗ୍ରାମ ସମେତ ଧର୍ମଶାଳା ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ‘କୋଭିଡ଼’ ନିୟମ ଅନୁଯାୟୀ ଭୁବନେଶ୍ୱର ସ୍ଥିତ ସତ୍ୟନଗର ଶ୍ମଶାନରେ ୰ ରଜତଙ୍କ ସକାôର କରାଯାଇଛି । ତାଙ୍କର ପତ୍ନୀ ଓ ଗୋଟିଏ ଛୋଟ ଝିଅ ଅଛନ୍ତି । ସେ ଜଣେ ଶାନ୍ତ, ସରଳ, ଭଦ୍ର ସ୍ୱଭାବର ଯୁବକ ଥିଲେ । ତାଙ୍କ ବିୟୋଗରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିଦ୍ ନିର୍ମଳ ଚନ୍ଦ୍ର ରାୟ, ପୂର୍ବତନ ସରପଂଚ ସନ୍ତୋଷ କୁମାର ଜେନା, ଯୁବ ସମାଜସେବୀ ଶୁଭ୍ରଜିତ୍ ସାମଲ, ସୁମନ ରାୟ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଚନ୍ଦ୍ରମଣି ସାମଲ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ବିଦ୍ୟୁତ୍ପ୍ରଭା ରାୟ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଭଗବାନ ତାଙ୍କ ପରିବାରକୁ ଏପରି ସମୟରେ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରିବା ପାଇଁ ପ୍ରାର୍ଥନା କରିଛନ୍ତି । ଏଥିସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ।