ବଡ଼ବିରୁଆଁ ଗାଁରେ ଜିଲ୍ଲାସ୍ତରୀୟ ପାଲା ବୈଠକ ଅନୁଷ୍ଠିତ

ବଡ଼ବିରୁଆଁ : ଆଜି 19 ତାରିଖ ଦିନ ବଡ଼ବିରୁଆଁପାଲା କମିଟି ଆନୁକୂଲ୍ୟରେ କମିଟିର ସଭାପତି ଭଗବାନ ମହାପାତ୍ରଙ୍କ ଆବାହକରେ ବଡ଼ବିରୁଆଁ ପାଲା ମଣ୍ଡପ ପରିସରରେ ଆଞ୍ଚଳିକ ପାଲା ବିକାଶ ଓ ପରିଚାଳନା ସଂଗଠନ ଯାଜପୁର ମହା ମଞ୍ଚର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହେଇଯାଇଛି l ଉକ୍ତ ବୈଠକ ରେ ସଂଗଠନର ସଭାପତି ସନାତନ ନାୟକ, ଉପ ସଭାପତି ରଙ୍ଗାଧର ବ୍ରହ୍ମ, କୋଷାଧକ୍ଷ ଜ୍ୟୋତି ରଞ୍ଜନ ମହାନ୍ତିଙ୍କୁ ବଡ଼ବିରୁଆଁ ପାଲା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଓଡ଼ିଶାର ପ୍ରାଚୀନ ବିଦ୍ୟାକ୍ତ ଲୋକ କଳା ପାଲା ସଂସ୍କୃତିର ବିକାଶ ଓ ସୁପରିଚାଳନା ଦିଗରେ ଆଞ୍ଚଳିକ ପାଲା ପରିଚାଳନା କମିଟିର ଯାଜପୁର ମହାମଞ୍ଚର ଯଥେଷ୍ଠ ଭୂମିକା ରହିଛି ବୋଲି ମୁଖ୍ୟଅତିଥି ଅବସରପ୍ରାପ୍ତ ଅଧ୍ୟାପକ ଡ଼ ଦାମଦର ମହାପାତ୍ର ବିବୃତିରେ ଦର୍ଶାଇ ଥିଲେ l ପାଲା ସଂସ୍କୃତିର ବହୁଳ ପ୍ରଚାର ପ୍ରସାରଣ କ୍ଷେତ୍ରରେ ବଡ଼ବିରୁଆଁ ପାଲାମଞ୍ଚର ବେଶ ଉଲ୍ଲଲଖନୀୟ ଅବଦାନ ରହିଛି ବୋଲି ସଂଗଠନର ସଭାପତି ସନାତନ ନାୟକ ମତବ୍ୟକ୍ତ କରିଥିଲେ l ଏଭଳି ଏକ ଜିଲ୍ଲାସ୍ତରୀୟ ପାଲା ବୈଠକରେ ଆୟୋଜନ କରିଥିବାରୁ ମଂଚାସୀନ ସମସ୍ତେ ଅତିଥି ଓ କର୍ମକର୍ତା ମାନେ ବଡ଼ବିରୁଆଁ ପାଲା କମିଟିକୁ ପ୍ରଶଂସା କରିଥିଲେ l ଏହି ଅବସରରେ ଗ୍ରାମର ସମିତି ସଭ୍ୟା ଚିନ୍ମୟୀ ମାଝୀଙ୍କ ସମେତ ସଂଗଠନର କର୍ମକର୍ତା ଓ ଅତିଥି ମାନେ ବୃକ୍ଷରୋପଣ ଓ ସ୍ୱଛତା କାର୍ଯ୍ୟକ୍ରମରେ ସାମିଲ ହେଇଥିଲେ l ବଡ଼ବିରୁଆଁ ବାଦିପାଲା ମଞ୍ଚକୁ ବେଶ ଶରସ ସୁନ୍ଦର ଓ ଜୀବନ୍ତ କରିବା ପାଇଁ ଆପ୍ରାଣ ଉଦ୍ୟମ କରି ନିଜ ଗ୍ରାମ ପାଇଁ ଗର୍ବ ଗୌରବ ଆଣି ଦେଇଥିବା ଚିତ୍ତରଞ୍ଜନ ସାହୁଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା l
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close