୧୩ ଜାନୁଆରୀ ୨୦୨୨ ମଧ୍ୟରେ ସିବିଟି ମାଧ୍ୟମରେ ହେବ ସିଟିଇଟି ପରୀକ୍ଷା

ନୂଆଦିଲ୍ଲୀ; ୧୮/୯ (ବ୍ୟୁରୋ):  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ୧୬ ଡିସେମ୍ବର ୨୦୨୧ରୁ ୧୩ ଜାନୁଆରୀ ୨୦୨୨ ମଧ୍ୟରେ ସିବିଟି ମାଧ୍ୟମରେ ସିଟିଇଟି ପରୀକ୍ଷା ଆୟୋଜନ କରିବାକୁ ସୂଚନା ମିଳିଛି । ସିବିଏସ୍‌ଇ ଦ୍ବାରା ଅନଲାଇନ୍‌ ମୋଡରେ ସେଣ୍ଟ୍ରାଲ୍‌ ଟିଚର ଏଲିଜିବିଲିଟି ଟେଷ୍ଟ (ସିଟିଇଟି) ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଛି। ଏବେ ଯାଏ ଏହି ପରୀକ୍ଷା ଅଫଲାଇନ୍‌​‌ରେ କରାଯାଉଥିଲା । ସମଗ୍ର ଦେଶରେ ସିଟିଇଟି ପରୀକ୍ଷା ୨୦ଟି ଭାଷାରେ ହେବ ବୋଲି ସୂଚନା ରହିଛି। ପରୀକ୍ଷା ସମ୍ପର୍କରେ ବିସ୍ତୃତ ବିବରଣୀ ସିଟିଇଟି ଅଫିସିଆଲ୍‌ ଓ୍ବେସାଇଟ୍‌ https://ctet.nic.in ରେ ସେପ୍ଟେମ୍ବର ୨୦ରୁ ଉପଲବ୍ଧ ହେବ। ଇଚ୍ଛୁକ ପ୍ରାର୍ଥୀ ୨୦ସେପ୍ଟେମ୍ବରରୁ ଓ୍ବେବସାଇଟ୍‌ରେ ଆବେଦନ କରିପାରିବେ । ଆବେଦନର ଶେଷ ତାରିଖ ୧୯ ଅକ୍ଟୋବର ୨୦୨୧ । ଅକ୍ଟୋବର ୨୦ ତାରିଖ ସୁଦ୍ଧା ଆବେଦନକାରୀ ଫି ଭରିପାରିବେ। ଏଥିପାଇଁ ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି। କେବଳ ପେପର ୧ କିମ୍ବା ୨ ପାଇଁ ୧୦୦୦ ଟଙ୍କା ଏବଂ ଦୁଇଟି ପେପର ପାଇଁ ଫର୍ମ ପୂରଣ କଲେ ୧୨୦୦ ଟଙ୍କା ଦେବାକୁ ହେବ। ଏହି ପରୀକ୍ଷାରେ ପାସ କରିବା ପରେ ପ୍ରାର୍ଥୀ ଦେଶରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଏବଂ ଆର୍ମି ସ୍କୁଲ୍‌ରେ ଶିକ୍ଷକ ପଦବୀ ପାଇଁ ଆବେଦନ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close