ଯାଜପୁରରେ ବିଶ୍ୱ ମାତୃଭାଷା ଦିବସ ପାଳିତ

ଯାଜପୁର, ତା ୨୨.୦୨: ମାତୃଭାଷାର ଉନ୍ନଯାଜପୁରରେ ବିଶ୍ୱ ମାତୃଭାଷା ଦିବସ ପାଳିତ ତି ହିଁ କୌଣସି ଜାତି ପାଇଁ ଏକ ବିଶେଷ ଅବଦାନ ଓ ଗୁରୁତ୍ୱ ବହନ କରିଥାଏ । କାରଣ ପୃଥିବୀ ପୃଷ୍ଠରୁ ଅନେକ ଭାଷା ବ୍ୟବହାର ଓ ସୁରକ୍ଷା ଅଭାବରୁ ଉଭେଇ ଗଲାଣି । ତେଣୁ ନିଜ ନିଜ ମାତୃଭାଷାର ସୁରକ୍ଷା ଓ ବ୍ୟାପକ ବ୍ୟବହାର ପାଇଁ ପ୍ରତ୍ୟେକ ଉଦ୍ୟମ କରିବାକୁ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଫେବୃଆରୀ ୨୧ତାରିଖ ରବିବାର ବିଶ୍ୱ ମାତୃଭାଷା ଦିବସ ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାବିତ ରମାକାନ୍ତ ସାହୁ ମା ଓ ମାତୃଭୂମି ଭଳି ମାତୃଭାଷା ମଧ୍ୟ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଆମ ମାତୃଭାଷା ଓଡିଆର ବ୍ୟ।ପକ ବ୍ୟବହାର ପାଇଁ ସଂକଳ୍ପବଦ୍ଧ ହେବାକୁ ସେ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାନ୍ତି, ଶିକ୍ଷକ ସୁବାଷ ଚନ୍ଦ୍ର ଜେନା ଓ ମାଳତୀ ପତି ପ୍ରମୁଖ ଯୋଗ ଦେଇ ମାତୃଭାଷାର ସମୃଦ୍ଧି ପାଇଁ ପ୍ରତ୍ୟେକ ସ୍ତରରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ତଥା ସଂସ୍ଲୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରି ଆମ ମାତୃଭାଷା ଓଡିଆ ଏକ ପ୍ରାଚୀନ ଭାଷା ଓ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଭାଷା ବୋଲି କହିଥିଲେ । ଏହା ଯେପରି ସରଳ, ବୋଧଗମ୍ୟ ଓ ସୁନ୍ଦର, ତାହାର ଉଚାରଣ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ସରକାର ଓଡିଆ ଭାଷାର ସୁରକ୍ଷା, ପ୍ରଚାର ଓ ପ୍ରସାର ପାଇଁ ବହୁବିଧ ବ୍ୟବସ୍ଥା କରିଛନ୍ତି । ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରାଯାଉଛି ବୋଲି କହିବା ସହ ବ୍ୟାପକ ବ୍ୟବହାର ଦ୍ୱାରା ଆମ ଭାଷା ସମୃଦ୍ଧ ହୋଇପାରିବ ବୋଲି ସେ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ବିଦ୍ୟାର୍ଥୀ ଋତୁପର୍ଣ୍ଣା ସାମଲ, ଜ୍ୟୋତିଶଙ୍କର ପାଢୀ, ସବ୍ୟସାଚୀ ବେହେରା, ଶୁଭ୍ରାସିନୀ ଜେନା ମାତୃଭାଷା ଦିବସ ପାଳନ ସମ୍ପର୍କରେ ମତ ରଖିଥିଲେ । ଶିକ୍ଷୟତ୍ରୀ ମିତାରାଣୀ ନାୟକ, ସୁଶ୍ରୀ ସଂଗୀତା ଶତପଥି, ସବିତା ବଳ, ରଂଜିତା ବେହେରା ଓ ଏମ.ଡି ଅକମଲଙ୍କ ସହ ଛାତ୍ରଛାତ୍ରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close