ମା’ ବିରଜାଙ୍କ ପବିତ୍ର ସାବିତ୍ରୀ ବ୍ରତ–୨୦୨୩ ଯାଜପୁରରେ ଶାନ୍ତି ଶୃଙ୍ଖଳାର ସହ ମହା ସମାରୋହରେ ପାଳିତ

ଯାଜପୁର, ୨୧ା୦୫: ମା’ ବିରଜାଙ୍କ ପବିତ୍ର ସାବିତ୍ରୀ ବ୍ରତ-୨୦୨୩ ଶାନ୍ତି ଶୃଙ୍ଖଳାର ସହ ମହା ସମାରୋହରେ ଶୁକ୍ରବାର ଯାଜପୁରରେ ପାଳିତ ହୋଇଯାଇଚ୍ଥି । ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମା’ଙ୍କୁ ଦର୍ଶନ କରି କୃପାଲାଭ କରିଥିଲେ । ଶ୍ରଦ୍ଧାଳୁ ଭକ୍ତମାନେ ନିଜର ଶାଢୀ, ଶଙ୍ଖା, ସିନ୍ଦୁର, ବ୍ରତ ଓ ଭୋଗ ସାମଗ୍ରୀ ଧରି ନିଜ ନିଜ ଅଂଚଳର ବ୍ରାହ୍ମଣମାନଙ୍କୁ ଦେଇ ପୂଜାର୍ଚ୍ଚନା କରାଇଥିଲେ । ଭୋର ୫ ଘଟିକା ସମୟରେ ମା’ଙ୍କୁ ସ୍ନାନ ଓ ସ୍ନାନ ପରେ ଅନ୍ନ ନୀତି ଅନୁଷ୍ଠିତ ହୋଇଥିଲା । ପରେ ଭୋର ଘ.୫.୩୦ ମିନିଟ୍ ସମୟରୁ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ମନ୍ଦିର ଦ୍ୱାର ଖୋଲା ରହିଥିଲା । ଅପରାହ୍ନ ୧ ଘଟିକା ଠାରୁ ୩ ଘଟିକା ପର୍ଯ୍ୟନ୍ତ ମନ୍ଦିର ପହୁଡ ରହିଥିଲା । ପରେ ଅପରାହ୍ନ ୩ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ମା’ଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ରହିଥିଲା । ସଂଧ୍ୟାରେ ମା’ଙ୍କର ସଂଧ୍ୟା ଆଳତୀ ଓ ରାତ୍ର ଘ.୮.୩୦ ମିନିଟ୍‌ରେ ଦୈନନ୍ଦିନ ପରି ପଞ୍ଚୋପଚାରର ପୂଜା ଓ ପରେ ନୀତିଲାଗି ହୋଇଥିଲା । ଉପ-ଜିଲ୍ଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି  ଗୋପୀନାଥ କୁଅଁର ସମସ୍ତ କାର୍ଯ୍ୟକ୍ରମର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରିଥିଲେ । ସେହିପରି ନିର୍ବାହୀ ବିଚାରପତି ଭାବେ ଶାନ୍ତିଲତା ବୁଡିୟାଲା, ସହକାରୀ ଜିଲ୍ଲାପାଳ ନିଯୁକ୍ତ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଭାରପ୍ରାକ୍ତ ଟାଊନ ଥାନା ଅଧିକାରୀ ଅଜୟ କୁମାର ଜେନା ଉପସ୍ଥିତ ରହି ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଶୃଙ୍ଖଳିତ ଭାବେ ଧାଡିବାନ୍ଧି ଦର୍ଶନ କରାଇବାର ସେମାନଙ୍କ ପୁଲିସ କର୍ମଚାରୀ ମାନଙ୍କ ଦ୍ୱାରା ପରିଚାଳନା କରିଥିଲେ । ସେହିପରି ବିଭିନ୍ନ ସୂଚନା, ହଜିଲା ଖୋଜିଲା ପ୍ରଚାର ପ୍ରସାରଣ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଏବଂ ନିକ୍ଷେପକ ଶାନ୍ତନୁ କୁମାର ସାହୁ ପରିଚାଳନା କରିଥିଲେ ।
      ସେହିପରି ଅଗ୍ନିଶମ ସେବା, ଜନସ୍ୱାସ୍ଥ୍ୟ ବିଭାଗ, ପୈାର ସଂସ୍ଥା, ଯାଜପୁର, ବିଦ୍ୟୁତ ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ ସେବା ବିଭାଗ ପକ୍ଷରୁ ଆମ୍ୱୁଲାନ୍ସ ଓ ଆଶୁ ଚିକିତ୍ସା ବ୍ୟବସ୍ଥା ସତ୍ୟସାଇ ସେବା ଦଳ ପକ୍ଷରୁ ପରିସ୍କାର ପରିଚ୍ଚ୍ଥନ୍ନତା, ସ୍ୱେଚ୍ଚ୍ଥକୃତ ସେବା ପ୍ରଦାନକାରୀ ଅନୁଷ୍ଠାନ ମା’ ପୂର୍ଣ୍ଣତୋୟା ସେବା ସମିତି, ଅନ୍ୱେଷଣ ସେବାଦଳ, ଡ୍ରାଇଭର ମହାସଂଘ, ଆମେ ବି ବିପଦର ସାଥୀ, ପାଣିକୋଇଲି ଓ ନାୟକ ବ୍ରଦର୍ସ ସେବା ଜଳଚ୍ଥତ୍ର ଖୋଲି ସହଯୋଗ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭାପତି, ମୁକ୍ତି ମଣ୍ଡପ ସେବାୟତ ପରିଷଦ ପୂଜକ ଦେବୀ ପ୍ରସାଦ ପାଣି, ମନ୍ଦିର କର୍ମଚାରୀ ସୁଧାର ରଂଜନ ପଣ୍ଡା, ପ୍ରଭାତ କୁମାର ପତି, ମଳୟ କୁମାର ପଣ୍ଡା, ଚନ୍ଦନ ଦୀକ୍ଷିତ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ । ମା’ଙ୍କ ପବିତ୍ର ସାବିତ୍ରୀ ବ୍ରତ-୨୦୨୩ ଶାନ୍ତି ଶୃଙ୍ଖଳା, ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ମା’ଙ୍କୁ ଦର୍ଶନ କରି କରୁଣା ଲାଭ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close