ବ୍ୟାସନଗର ରାଧାନାଥ ମାର୍ଗ ରୋଡରେ ଗଣେଷ ଇ-ମୋଟର୍ସ ସୋ’ରୁମ ଉଦ୍‌ଘାଟିତ

ବ୍ୟାସନଗର, ୧୦/୪(ଉ.ନ୍ୟୁଜ୍ ବ୍ୟୁରୋ): ଆଜି ପୂର୍ବାହ୍ନରେ ସ୍ଥାନୀୟ ରାଧାନାଥ ମାର୍ଗ ରୋଡରେ ଏକ ବ୍ୟାଟେରୀ ଚାଳିତ ଗାଡି ସୋ’ରୁମ “ଗଣେଷ ଇ-ମୋଟର୍ସ” ଉଦ୍‌ଘାଟିତ ହୋଇଯାଇଛି । ଏହାକୁ କିଶୋର ମହନ୍ତ ଫିତା କାଟି ଉଦ୍‌ଘାଟନ କରିଥିଲେ । ବର୍ତମାନର ଆବଶ୍ୟକତା ଅନୁଯାୟୀ ଚାହିଦା ମେଂଟାଇବା ସହ ତୈଳ (ଇନ୍ଧନ) ଦର ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିବା ପରୀପ୍ରେକ୍ଷୀରେ ବ୍ୟାଟେରୀ ଚାଳିତ ଯାନ ଉପରେ ଗ୍ରାହକଙ୍କ ଆଗ୍ରହ ଓ ନିର୍ଭରଶୀଳତା ବଢ଼ିବାରେ ଲାଗିଛି । ଫଳତଃ ବ୍ୟାସନଗର (ଯାଜପୁରୋଡ) ଭଳି କ୍ରମବର୍ଦ୍ଧିଷ୍ଣୁ ସହରରେ ଗ୍ରାହକଙ୍କ ଆଗ୍ରହ ମେଂଟାଇବାରେ ଗଣେଷ ଇ-ମୋଟର୍ସ ଅନେକାଂଶରେ ସଫଳ ହେବ ବୋଲି କୁହାଯାଉଛି । ଏଥିରେ ସଂସ୍ଥାର ସତ୍ୱାଧିକାରୀ ମନୀଷ କୁମାର ଭାରତୀୟା ଉପସ୍ଥିତ ରହି ସହଯୋଗ କରିଥିଲେ । ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ସହ ବହୁ ଗଣମାଧ୍ୟମର ପ୍ରତିନିଧିମାନେ ଆଜିର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close