ବନ୍ୟାରେ ଭାସିଯାଇଥିବା ବରୀ ଗଂଗାଧରପୁରର ବାପ ପୁଅଙ୍କ ଶବ ମିଳିଲା

ବରୀ, ୧୭/୯(ବି.ବି ଜେନାଙ୍କ ଠାରୁ): ଯାଜପୁର ଜିଲ୍ଲାର ବରୀ ଅଂଚଳରେ ପ୍ରତିବର୍ଷ ବନ୍ୟା ଆସି ନାହିଁ ନ ଥିବା କ୍ଷତି କରିବା ଘଟଣା ସମଗ୍ର ରାଜ୍ୟରେ ଏକ ଜଣାଶୁଣା ଘଟଣା । ବରୀବାସୀ କେବେ ଏହି ଦୁଃଖରୁ ନିସ୍ତାର ପାଇବେ ଏ ଉତର ଯେପରି କାହା ପାଖରେ ନାହିଁ । ବରୀ ଅଂଚଳ ଚୀର ବନ୍ୟା ପ୍ଲାବିତ ଅଂଚଳ ହୋଇ ରହିଯିବ ଯେପରି! ଗତ କେଇ ଦିନର ଲଗାଣ ବର୍ଷା ପରେ ଖରସ୍ରୋତାରେ ବନ୍ୟା ପାଣି ଆସିଗଲା । ଆଉ ଏହି ବନ୍ୟା ପାଣିରେ ବାଲିଆ ବ୍ଲକର ପରମାନନ୍ଦପୁରର ଗଂଗାଧରପୁରର ଏକ ଗାଈ ବନ୍ୟା ଜଳରେ ଭାସି ଯାଉଥିବା ବେଳେ ଏହାକୁ ଉଦ୍ଧାର କରିବାକୁ ପ୍ରଥମେ ବାପ ଓ ପରେ ପୁଅ ବନ୍ୟା ଜଳକୁ ଯାଇ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ତାଙ୍କୁ ଠାବ କରାଯାଇ ପାରି ନ ଥିବା ବେଳେ ଗତ କାଲି ସକାଳେ ସେମାନଙ୍କ ଶବ ପାଣିରେ ଭାସୁଥିବାର ଦେଖାଦେଇଥିଲା । ଏହି ଶବ ଦ୍ୱୟକୁ ଉଦ୍ଧାର କରାଯାଇଥିବା ବେଳେ ଏ ସଂକ୍ରାନ୍ତରେ ବରୀ ଥାନାରେ ଏକ ଅପମୃତ୍ୟୁ ମାମଲା ଦାୟର ହୋଇଛି । ଏହାର ନମ୍ବର ହେଲା ୧୪/୨୦୨୧ । ଶବକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ମୃତ୍ୟୁବରଣ କରିଥିବା ବାପଙ୍କ ନାମ କିଶୋର ସିଂହ ହୋଇଥିବା ବେଳେ ପୁଅଙ୍କ ନାମ କୈଳାସ ସିଂହ । ଏହି ହୃଦୟବିଦାରକ ଘଟଣା ବରୀ ଅଂଚଳ କାହିଁକି ସମଗ୍ର ଜିଲ୍ଲା ଓ ରାଜ୍ୟରେ ଦୁଃଖର ବାତାବରଣ ସୃଷ୍ଟି କରିଛି । ସୋସିଆଲ ମିଡିଆରେ ଏହା ହୃଦୟବିଦାରକ ହୋଇଛି । ବରୀ ତହସିଲଦାର ମାନସ ରଂଜନ ଭୋଇ ମୃତକଙ୍କ ପରିବାର ନିକଟରେ ପହଚିଂ ସରକାରଙ୍କ ତରଫରୁ ୨୦ ହଜାର ଟଙ୍କାର ସହାୟତା ପ୍ରାଥମିକ ଭାବେ ପ୍ରଦାନ କରିଥିବାର ଜଣାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close