ବେପରୁଆ ନିର୍ମାଣ ଓ ଦୁର୍ନିତି ପାଇଁ ଚଣ୍ଡୀଖୋଲ-ଡୁବୁରୀ ରାସ୍ତା ନଦୀରେ ପରିଣତ

ଯାଜପୁର,୧୫/୦୯,(ଉ.ନ୍ୟୁଜ୍ ବ୍ୟୁରୋ): ଚଣ୍ଡୀଖୋଲ-ଡୁବୁରୀ ଜାତୀୟ ରାଜପଥ ନିର୍ମାଣକାରୀ ଠିକା ସଂସ୍ଥା ରାସ୍ତା ନିର୍ମାଣ ନାମରେ ମନୋମୁଖୀ କାର୍ଯ୍ୟ ଚଳାଇଥିବା ସହ ଏହି ରାସ୍ତା ନିର୍ମାଣରେ ଦୁର୍ନିତି ସମସ୍ତ ସୀମା ଅତିକ୍ରମ କରିଛି । ନିର୍ମାଣ ଶୈଳୀରେ ତ୍ରୁଟି ପାଇଁ ଗତ କାଲି ମଙ୍ଗଳବାର ଏହି ରାସ୍ତାର ଚଣ୍ଡୀଖୋଲ କଲେଜ ଛକ ଏକ କୃତିମ ନଦୀରେ ପରିଣତ ହୋଇଛି । ଯାହା କି ବିଗତ ୫୦ ବର୍ଷ ଭିତରେ କେବେ ଏଠାରେ ଏଭଳି ଅବସ୍ଥା ଦେଖା ଯାଇ ନଥିଲା । ଏଥିପାଇଁ ଜାତୀୟ ରାଜପଥର ଏହି ସ୍ଥାନରେ ଦୀର୍ଘ ସମୟ ଯାତାୟତ ସମ୍ବବ ହୋଇ ନ ଥିବା ବେଳେ ଗାଡିଗୁଡିକୁ ଭିନ୍ନ ରାସ୍ତାରେ ଯିବାକୁ ପଡିଥିଲା । ଏଥିନେଇ ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଘୋର ଉଦ୍‌ବେଗ ପ୍ରକାଶ ସହ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି ।
      ଚଣ୍ଡୀଖୋଲ ନିକଟରେ ଥିବା କଳେଜ ଛକ ନିକଟରେ ରାସ୍ତା ନିର୍ମାଣ ଆଳରେ ରାସ୍ତାରେ ଥିବା ଜଳ ନିଷ୍କାସନ ଡ୍ରେନକୁ ଠିକା ସଂସ୍ଥା ବନ୍ଦ କରିଦେବା ଫଳରେ ରାସ୍ତାରେ ଏଭଳି ଦୟନୀୟ ଏବଂ ଭୟାନକ ଅବସ୍ଥା ସୃଷ୍ଟି ହୋଇଥିଲା । ରାସ୍ତା ଉପରେ ନଦୀ ପରି ପାଣି ଚାଲିଥିବା ବେଳେ ଯାତ୍ରୀମାନେ ଭୟଭୀତ ହୋଇ ଏହି ରାସ୍ତାରେ ଯାଉ ନ ଥିଲେ । ଏପରିକି ମଧ୍ୟରାତ୍ରରୁ ଗୋଟିଏ ଯାତ୍ରୀବାହୀ ବସ ରାସ୍ତାର ଏହି ଅଂଶରେ ଗୋଟିଏ ବଡ ଖାଲରେ ପଡି ଯାଇ ସୈାଭାଗ୍ୟବଶତଃ ସେଠାରେ ଅଟକି ରହିଥିଲା । ପରେ ମେସିନ ସାହାର୍ଯ୍ୟରେ ଏହି ବସକୁ ଉଠା ଯାଇଥିଲା । ହେଲେ ଏହି ସ୍ଥାନରେ ଏକ ବିରାଟ ଖାଲ ସୃଷ୍ଟି ହୋଇଛି । ଫଳରେ ରାସ୍ତା ନିର୍ମାଣ କେତେ ମଝବୁତ ହୋଇଛି ଏଥିରୁ ଷ୍ପଷ୍ଟ ଜଣାପଡୁଛି । ଏହି ଅଂଶଟି ସହ ଚଣ୍ଡୀଖୋଲ କଲେଜ, ବହୁ ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନ ସ୍ଥଳ ଚଣ୍ଡୀ ମନ୍ଦିର ଏବଂ ମହାବିନାୟକକୁ ସଂଯୋଗ କରୁଛି । ଏହି ରାସ୍ତା ଦେଇ ଶତାଧିକ ଗ୍ରାମର ଲୋକେ ମଧ୍ୟ ନିଜ ଗାଁକୁ ଯାଇଥାନ୍ତି । ଗତ କାଲି ଦିନ ତମାମ ଯାତ୍ରୀମାନେ ରାସ୍ତାରେ ଯାତାୟତ କରିନପାରି ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି । ଆଖପାଖ କେତେକ ଘରେ ପାଣି ପଶି ଛାରଖାର କରିଦେଇଛି । ଅପରପକ୍ଷରେ ଏହି ଠିକା ସଂସ୍ଥା ରାସ୍ତା ନିର୍ମାଣ ହାତକୁ ନେବା ଦିନରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିବା ନେଇ ବିଭିନ୍ନ ସମୟରେ ଜନଅସନ୍ତାଷ ପ୍ରକାଶ ପାଉଛି । ହେଲେ ଜାତୀୟ ରାଜପଥ ପ୍ରାଧିକରଣ ଏଠାରେ ରକ୍ଷକ ହୋଇ ଭକ୍ଷକ ସାଜିଥିବାରୁ ଅଦ୍ୟାବଧି ଠିକା ସଂସ୍ଥାର ମନୋମୁଖୀ କାର୍ଯ୍ୟ ଏବଂ ଦୁର୍ନିତି ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାର ଅଭିଯୋଗ କରି ସତୀଶ ବିଶ୍ୱାଳ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପୂର୍ବରୁ ଜାତୀୟ ରାଜପଥରେ ନିର୍ମାଣ ହେଉଥିବା ଏକ ପୋଲ ଭୁଷୁଡିବା ନିମ୍ନମାନର କାର୍ଯ୍ୟର ସଂକେତ ଦେଇଥିବା ବେଳେ କେତେଜଣ କର୍ମଚାରୀଙ୍କୁ ଏହି ଘଟଣାରେ ସସପେଣ୍ଡ କରାଯାଇ ଅନ୍ୟପକ୍ଷରେ ଚତୁରତାର ସହ ଠିକା ସଂସ୍ଥାକୁ ସୁରକ୍ଷା ଦିଆ ଯାଇଛି । ସେହିପରି ଏହି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନିତି ନେଇ ହୋଇଥିବା ବହୁ ଅଭିଯୋଗକୁ ଜାତୀୟ ରାଜପଥ ପ୍ରାଧିକରଣ ଚାପି ଦେଇଥିବାର ସତୀଶ ଅଭିଯୋଗ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close