ଭିଜିଲାନ୍ସ ଆଇଜି ଭାବେ ଯୋଗ ଦେଲେ ଆଇପିଏସ ଅସିତ୍ ପାଣିଗ୍ରାହୀ

ଭୁବନେଶ୍ୱର;୦୧/୦୭( ବ୍ୟୁରୋ): ବରିଷ୍ଠ ଆଇପିଏସ୍ ଅଧିକାରୀ ଅସିତ୍ ପାଣିଗ୍ରାହୀ ଭିଜିଲାନ୍ସ ଆଇଜି ଭାବେ ଯୋଗଦାନ କରିଛନ୍ତି । ବୁଧବାର ଭିଜିଲାନ୍ସ ନିର୍ଦ୍ଦେଶାଳୟରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି ୧୯୯୭ ବ୍ୟାଚର ଆଇପିଏସ୍ ଅଧିକାରୀ ଅସିତ୍ ପାଣିଗ୍ରାହୀ । ଶ୍ରୀ ପାଣିଗ୍ରାହୀ ପୂର୍ବରୁ ଅଗ୍ନିଶମ ବିଭାଗ, ରାଜ୍ୟ ପୋଲିସ ମୁଖ୍ୟାଳୟ, କ୍ରାଇମବ୍ରାଂଚ ଓ ପୂର୍ବାଂଚଳ ରେଂଜ ଆଇଜି ଭାବରେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି । କେନ୍ଦୁଝର, ମାଲକାନାଗିରି, ଅନୁଗୋଳ, ପୁରୀ, ସମ୍ବଲପୁର ଓ ଯାଜପୁରରେ ଏସ.ପି ଭାବରେ କାର୍ଯ୍ୟକରି ସୁନାମ ଅର୍ଜନ କରିଛନ୍ତି । ଜଣେ ଦକ୍ଷ ପୋଲିସ ଅଫିସର୍ ଭାବରେ ୨୦୧୬ ମସିହାରେ ତାଙ୍କୁ ରାଷ୍ଟ୍ରପତି ପଦକରେ ସମ୍ମାନିତ କରାଯାଇଥିଲା। ତାଙ୍କର କାର୍ଯ୍ୟଶୈଳୀ ପାଇଁ ସେ ସବୁ ସ୍ଥାନରେ ଚର୍ଚ୍ଚାରେ ଅଛନ୍ତି ବୋଲି କୁହାଯାଉଛି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close