ଝାଡେଶ୍ୱର ଜୁନିୟର କଲେଜ ଟୋଲକାନି ଠାରେ ବିଶ୍ୱ ଏଡସ ଦିବସ ପାଳିତ

ଯାଜପୁର;୦୧/୧୨( ଅକ୍ଷୟ କୁମାର ପଣ୍ଡାଙ୍କ ଠାରୁ ): ଝାଡେଶ୍ୱର ଜୁନିୟର କଲେଜ ଟୋଲକାନି ଠାରେ ଯୁବ ରେଡ଼କ୍ରସ ତରଫରୁ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଯୁଗଳ କିଶୋର ହୋତାଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ଗୋବର୍ଦ୍ଧନ ପୁର ମେଡ଼ିକାଲର ମେଡ଼ିକାଲ ଅଫିସର ସୌମ୍ୟାଶ୍ରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଡସର କାରଣ ଓ ନିରାକରଣ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ଯୁବ ରେଡ଼କ୍ରସ କାଉନସିଲର ଅଧ୍ୟାପକ ଡ଼ ଅକ୍ଷୟ କୁମାର ପଣ୍ଡା ବିଶ୍ୱ ଏଡସ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବିଶଦ ଆଲୋକପାତ କରିଥିଲେ। ପ୍ରଧ୍ୟାପିକା ଡ଼ ତନ୍ମୟୀ  ପାଠୀ ସମ୍ମାନିତ ଅତିଥି ଭାବେ ନିଜ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ଡ଼ କ୍ଷୀରୋଦ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ କାଶୀନାଥ ସ୍ବାଇଁ, ମିରାମ୍ବିକା ସାହୁ, ପ୍ରଣତି ମହାନ୍ତି, ତୋଫାନ ଜେନା, ବାଇଧର ସାହୁ, ନାରାୟଣ ସାହୁ, ଶୁଷମା ପୃଷ୍ଠି, ସତ୍ୟଭାମା ସାହୁ, ବିଜୟ ସାହୁ, ସୁଶାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close