ଅବହେଳିତ ଅବସ୍ଥାରେ ଯାଜପୁରରୋଡ କର୍ମଚାରୀ ରାଜ୍ୟ ବୀମା ଚିକିତ୍ସାଳୟ, ଜଣେ ଡ଼ାକ୍ତରରେ ଚାଲିଛି ସ୍ଵାସ୍ଥ୍ୟ ସେବା

ବ୍ୟାସନଗର,୦୭/୦୯(ନି ପ୍ର ): ଇ.ଏସ.ଆଇ ସ୍କିମଟି ଭାରତ ସରକାରଙ୍କ ହୋଇଥିବା ବେଳେ ରାଜ୍ୟ ସରକାର ମେଡ଼ିକାଲ ସେବା ଯୋଗାଇ ଦେଇଥାନ୍ତି । ତେଣୁ ବର୍ତ୍ତମାନ ସ୍ଥିତିରେ ଇ.ଏସ.ଆଇ.ସି କର୍ମଚାରୀ ଓ ଶ୍ରମିକମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥିଲେ ମଧ୍ୟ ବହୁ ସ୍ଥାନରେ ବ୍ୟବସ୍ଥାର ଭିତିଭୂମି ଦୁର୍ବଳ ହେବାରେ ଲାଗିଛି । ଯେଉଁ ବେସରକାରୀ କର୍ମଚାରୀ, ଶ୍ରମିକ ଆଦିମାନଙ୍କ ମାସିକ ମୋଟ ବେତନ ୨୧ ହଜାର ତଳକୁ ସେମାନେ ଭାରତ ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମ (ଇ.ଏସ.ଆଇ.ସି) ଯୋଜନାରେ ଅର୍ନ୍ତଭୁକ୍ତ ହୋଇ ବିଭିନ୍ନ ପ୍ରକାରର ସୁବିଧା ଓ ସେବା ପାଇଥାନ୍ତି । ଯାଜପୁରରୋଡର ଫେରୋକ୍ରୋମ କଲୋନି ମଧ୍ୟରେ ଥିବା ରାଜ୍ୟ ସରକାରଙ୍କ ପରିଚାଳିତ ଇ.ଏସ.ଆଇ ମେଡିକାଲଟି ଦୀର୍ଘ ବର୍ଷ ହେଲା ଏକ ପ୍ରକାରର ଡାକ୍ତର ଅଭାବରେ ଚାଲି ଆସୁଥିବା ବେଳେ ଜଣେ ଡାକ୍ତର ରେ ଚାଲିଛି ସ୍ଵାସ୍ଥ୍ୟ ସେବା । ଏହି ଡାକ୍ତରଖାନା ଅଧିନରେ ୪୦ ହଜାର ପାଖାପାଖି ବୀମାଧାରୀ ନିର୍ଭର କରନ୍ତି । କଳିଙ୍ଗନଗର ଶିଳ୍ପାଂଚଳର ଅଭ୍ୟୁଦୟ ପରେ ଯାଜପୁର ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲାର ବହୁ ବୀମାଧାରୀ ଏଠାରେ ସ୍ୱାସ୍ଥ୍ୟ ପରୀକ୍ଷା ସହ ମେଡିସିନ ମଧ୍ୟ ଖାଇଥାନ୍ତି । କଳିଙ୍ଗନଗରରେ ଦିନକୁ ଦିନ ନାମୀ ଦାମୀ କମ୍ପାନୀ ଆସି ସ୍ଥାପିତ ହେଉଥିବା ବେଳେ କର୍ମଚାରୀ ଙ୍କ ସଂଖ୍ୟା ବି ଦିନକୁ ଦିନ ବଢ଼ିବାରେ ଲାଗିଛି।ଏହା ସହ ଇ ଏସ ଆଇ ବିମାଧାରୀଙ୍କ ସଂଖ୍ୟା ବି ବଢୁଛି।ଏହା ଫଳରେ ଫେରୋକ୍ରୋମ ସ୍ଥିତ ଚିକିତ୍ସାଳୟରେ ରୋଗୀଙ୍କ ଭିଡ ବଢ଼ିବାରେ ଲାଗିଛି କିନ୍ତୁ ପ୍ରଶ୍ନ ଉଠୁଛି ଜଣେ ଡାକ୍ତର ତାହା ପୁଣି ଖାଲି ସକାଳ ବେଳା ଯାହାକି ୮ଟା ରୁ ୧୨ଟା ମଧ୍ୟରେ ,ଅପରାହ୍ନରେ ଖାଲି ଫାର୍ମାସିଷ୍ଟ ଙ୍କ ଦ୍ଵାରା ସେବା କାର୍ଯ୍ୟ ଚାଲିଛି। ଦୀର୍ଘ ଦିନ ଧରି ଏଠାରୁ ଲେବ୍ରୋଟାରି ଆସିଷ୍ଟାଣ୍ଟ ଙ୍କ ବଦଳି ହେବା ପରେ ପଦ୍ ଖାଲି ପଡ଼ିଛି। ଏହା ସହ ଡାକ୍ତର ଙ୍କ ଅଭାବ ସବୁବେଳେ ଲାଗି ରହିଛି। କାର୍ଯ୍ୟାଳୟ କଥା ନ କହିବା ଭଲ ନା ଏଠାରେ ଠିକ୍ ଭାବରେ ଇଣ୍ଟରନେଟ କାମ କରୁଛି ନା ଲେବ୍ରୋଟାରୀ ର ସୁ ବ୍ୟବସ୍ଥା ରହିଛି। ଜିଲ୍ଲା ବାହାରକୁ ରେଫର ନେଇ ଯିବାକୁ ହେଲେ ଘଣ୍ଟା ଘଣ୍ଟା ଧରି ଏଠାରେ ଛିଡା ହେବାକୁ ପଡୁଛି। ଯେଉଁ ରୋଗୀ ମାନେ ବାହାରୁ ଚିକିତ୍ସିତ ହୋଇ ଫେରିବା ପରେ ଔଷଧ ନ ମିଳିବାରୁ ବାହାର ଦୋକାନରୁ କିଣି ବିଲ ଦେବା ପରେ ଟଙ୍କା ଫେରସ୍ତ ପାଇଁ ୬ମାସ ରୁ ୮ ମାସ ଅପେକ୍ଷା କରିବାକୁ ପଡୁଛି। ଏମିତି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବିମାଧାରୀ।ଏହାର ସ୍ଥାୟୀ ସମାଧାନ ପାଇଁ ସମସ୍ତ ବୀମାଧାରୀ ଦାବୀ କରିଛନ୍ତି । 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close