ଲୋକକଳା ବାର୍ତା ପତ୍ରିକା ଗାନ୍ଧୀ ଜୟନ୍ତୀରେ ଲୋକାର୍ପିତ ହେବ

ଯାଜପୁର, ୮ା୯: ରାଜ୍ୟ ସରକାରଙ୍କର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଲୋକ କଳା ବାର୍ତା ନାମରେ ଏକ ତ୍ରୈମାସିକ ପତ୍ରିକା ପ୍ରକାଶନ ପାଇଁ ନିଷ୍ପତି ଗ୍ରହଣ କରାଯାଇଚ୍ଥି । ଏହି ପତ୍ରିକାଟି ଚଳିତ ବର୍ଷ ଅକ୍ଟୋବର ୦୨ ଗାନ୍ଧୀ ଜୟନ୍ତୀ ଅବସରରେ ଲୋକାର୍ପିତ ହେବ । ଓଡିଶାର ପ୍ରଲୁବ୍ଧ ଓ ଗାରିମାମୟ ଲୋକକଳାର ପ୍ରଚାର, ପ୍ରସାର ଓ ବିଭିନ୍ନ ଅଂଚଳର ଲୋକକଳାକୁ ଲୋକଲୋଚନକୁ ଆଣିବା ପାଇଁ ଲୋକକଳା ବାର୍ତାର ବ୍ୟବସ୍ଥା କରାଯାଇଚ୍ଥି । ଏହାର ପ୍ରତି ସଂଖ୍ୟାରେ ବିଶିଷ୍ଟ ବ୍ୟକ୍ତି ମାନଙ୍କର ବାର୍ତା ସହ ଆମର ଲୋକପ୍ରିୟ ଲୋକକଳା ଆମର ଲୁପ୍ତ ପ୍ରାୟ ଲୋକକଳା, ଆମ ଲୋକ ବାଦ୍ୟ, ଆମ ଲୋକ ସଂଗୀତ, ଆମ ଲୋକ କଥା, ଆମ କୃତି ସଂପନ୍ନ କଳାକାର, ଆମ କୃତିତ୍ୱ ଓ ଏ ସଂଖ୍ୟାର ଚିତ୍ର ଖବର ନାମରେ ବିଭିନ୍ନ ଗବେଷଣାତ୍ମକ ଲୋକକଳାର ବୈଦିକ ଚର୍ଚ୍ଚା ଇତ୍ୟାଦି ପ୍ରକାଶିତ ହେବ । ଆମ ଜିଲ୍ଲାର ସମୃଦ୍ଧି ଓ ଲୋକକଳା ସଂପର୍କରେ ଊପରୋକ୍ତ ବିଷୟ ଆଧାରରେ ଆଲେଖ୍ୟ ପ୍ରକାଶ ପାଇଁ ଇଚ୍ଚ୍ଥୁକ ବ୍ୟକ୍ତି ବିଶେଷ ଚଳିତ ମାସ ସେପ୍ଟେମ୍ୱର ୨୦ ତାରିଖ ସୁଦ୍ଧା ସଂସ୍କୃତି ବିଭାଗର ମେଲ directorateofculture@gmail.comରେ ସେମାନଙ୍କର ମୈାଳିକ ଲେଖା ପ୍ରେରଣ ପାଇଁ ଜିଲ୍ଳା ସଂସ୍କୃତି ଅଧିକାରୀ ଅନୁରୋଧ କରିଚ୍ଥନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close