କଳିଙ୍ଗନଗର ଠାରେ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ ପାଇଁ ଆମରଣ ଅନଶନ

ଯାଜପୁର;୦୨/୧୧( ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁର ଜିଲ୍ଲା  କଳିଙ୍ଗ ନଗର ଦାନଗଦୀ ମେଡିକାଲ ଠାରେ ଯୁବ ସମାଜସେବୀ ଚନ୍ଦ୍ରକାନ୍ତ ନାୟକଙ୍କ ନେତୃତ୍ୱରେ ସକାଳ ୧୦ ଘଟିକା ଠାରୁ ଆମରଣ ଅନଶନ ଆରମ୍ଭ ହୋଇଯାଇଛି । ଇସ୍ପାତ ରାଜଧାନୀ କଳିଙ୍ଗନଗର  ବିଷ ବଳୟ ଭିତରେ l ଶିଳ୍ପ କାରଖାନା ଗୁଡିକ ବିଷାକ୍ତ ଗ୍ୟାସ ଧୂଳିଧୂଆଁରେ ଲୋକମାନଙ୍କର ଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି l ଆମ କଳିଙ୍ଗନଗରର ଜନସାଧାରଣ ପ୍ରଦୂଷଣ ର ଶିକାର ହୋଇ ଦଣ୍ଡିସ, କର୍କଟ,ହୃଦରୋଗ, ଷ୍ଟୋନ, ଚର୍ମରୋଗ ଓ କିଛି ଅଜଣା ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି l ଖାଲି ସେତିକି ନୁହେଁ କାରଖାନା ଯୋଗୁ ଦିନକୁ ଦିନ ଯାନବାହାନ ସଂଖ୍ୟା ବୃଦ୍ଧି ପାଉଛି, ଯାହାଫଳରେ ସଡକ ଦୁର୍ଘଟଣା ମଧ୍ୟ ଚରମ ସୀମା ଅତିକ୍ରମ କରୁଛିl ଏହି ସବୁ ସମସ୍ୟାର ସମ୍ମୁଖୀନ ହୋଇ ସାଧାରଣତଃ ଗରିବ, ଖଟିଖିଆ, ମୁଲିଆ ଶ୍ରେଣୀର ଲୋକମାନେ ଅର୍ଥ ଅଭାବରୁ ପ୍ରାଣ ହରାଉଛନ୍ତି l କଳିଙ୍ଗନଗରରେ ଜନସାଧାରଣ ସ୍ୱାସ୍ଥ୍ୟ ସେବାପାଇବା ନିମନ୍ତେ ଏକମାତ୍ର ବିବାଦୀୟ ସରକାରୀ ଡାକ୍ତର ଖାନା ଦାନଗଦୀ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଲୋକମାନଙ୍କୁ ସ୍ୱାସ୍ଥ୍ୟ ଯୋଗାଇବାରେ ସମ୍ପୂର୍ଣ ଭାବରେ ଅବହେଳିତ ଓ ଅସମର୍ଥ l ଏହାର ସମାଧାନ ପାଇଁ କଳିଙ୍ଗନଗର ଠାରେ ଏକ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ କରିବା ଦାବିକୁ ନେଇ ଜିଲ୍ଲାପାଳ ଯାଜପୁର, ଅତିରିକ୍ତ ଜିଲ୍ଲାପାଳ (କଳିଙ୍ଗନଗର ) ଓ ସରକାରଙ୍କୁ ବାରମ୍ବାର ଲିଖିତ ଅବଗତ କରିଥିଲେ ମଧ୍ୟ ଏମାନେ କୌଣସି କର୍ଣପାତ  କରୁନାହାନ୍ତି। ବାରମ୍ବାର ଆନ୍ଦୋଳନ କରିବା ପରେ ମଧ୍ୟ ପ୍ରଶାସନ ନିଦ ଭାଙ୍ଗୁନାହିଁ l ରୁତୁଗର୍ବୀ କଳିଙ୍ଗନଗରରୁ ସବୁ ଲୁଟିନେଲେ ଆଉ ଗରିବଲୋକମାନଙ୍କ ଛାତି ଉପରେ ପାଦ ଥୋଇ ସେମାନଙ୍କୁ ଅଣନିଶ୍ୱାସୀ କରିଚାଲିଛନ୍ତି।  ନିଜ ନିଜ ଭିତରେ ଦଳଗତ ଭାଗଭାଗ କରି ସୃଦୁଢ ଭବିଷ୍ୟତକୁ ନଷ୍ଟ କରିଵା ସେବାପାଇବାରେ ମଧ୍ୟ ବାଛ ବିଚାର ଚାଲିଛି । ଏହିପରିପ୍ରେକ୍ଷୀରେ କଳିଙ୍ଗନଗର ଅଞ୍ଚଳର ଏକ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଆବଶ୍ୟକତା ରହିଛି ଯାହାକି ଏ ଅଞ୍ଚଳର ଲୋକମାନେ ମାଗଣା ଓ ଉର୍ନତମାନର ସ୍ୱାସ୍ଥ୍ୟ ସେବା ପାଇ ପାରିବେ । କଳିଙ୍ଗନଗର ଲୋକମାନଙ୍କ ପାଇଁ ଏହି ଆମରଣ ଅନଶନ ପାଇଁ ସାମ୍ବାଦିକ ଶ୍ରୀକାନ୍ତ ମହାପାତ୍ର, ଧୂଳିଗଡ଼ ସରପଞ୍ଚ ମିନାରାଣୀ ବେହେରା, ତ୍ରିଜଙ୍ଗା ସରପଞ୍ଚ କାହ୍ନୁ ଚରଣ ଦାସ, ସମୀର କୁମାର ଧୀର, ଜୟ କୃଷ୍ଣ ସାହୁ, ସତ୍ୟବ୍ରତ ଦାସ, ସୁବାସ ବଳ ସାମନ୍ତ ପ୍ରମୁଖ ଏହି ଆମରଣ ଅନଶନ ଯୋଗଦେଇ ଅନଶନକୁ ଜାରି  ରଖିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close