୫୪ ଦିନରେ ତେଲ ଦର ୩୦ଥର ବଢ଼ିଲାଣି !

ଭୁବନେଶ୍ୱର,୨୭/୬(ବସନ୍ତ କୁମାର ନାୟକଙ୍କ ଠାରୁ): ମାତ୍ର ଗୋଟିଏ ଦିନର ବ୍ୟବଧାନ ପରେ ପୁଣି ବଢ଼ିଛି ତେଲ ଦର! ତେଲ ଦର ବାରମ୍ବାର ବଢ଼ିବା ଯୋଗୁ ଜନସାଧାରଣ ନାହିଁ ନ ଥିବା ସମସ୍ୟାରେ ପଡୁଛନ୍ତି । ଏହାର ପ୍ରଭାବରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଢ଼େର ବଢ଼ି ବଢ଼ି ଚାଲିଛି ଯାହା ଦ୍ୱାରା ଗରୀବ ଓ ମଧ୍ୟବିତ ଶ୍ରେଣୀ ବିଶେଷଭାବେ କ୍ଷତିଗ୍ରସ୍ତ ହେଉଛନ୍ତି । କରୋନା ବ୍ୟାଧି ଜନିତ ଜଟିଳତା, କଟକଣା, ଦରବୃଦ୍ଧି ଆଦି ଅସହ୍ୟ ହେବାରେ ଲାଗିଛି । ତା ୦୪/୦୫/୨୦୨୧ ପରଠାରୁ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭ଟଙ୍କା ୭୭ପଇସା, ଡିଜେଲ ଦର ୮ଟଙ୍କା ୬୪ପଇସା ବୃଦ୍ଧି ପାଇଛି । ଦେଖାଦେଇଛି, ଗତ ୫୪ ଦିନର ବ୍ୟବଧାନ ମଧ୍ୟରେ ତୈଳ ଦର ୩୦ଥର ବଢ଼ିଛି ଯାହାକି ଏକ ରେକର୍ଡ଼ । ‘କରୋନା’ର ୧ମ ଲହର ସମୟରେ କେନ୍ଦ୍ର ସରକାର ‘ଉଜ୍ଜ୍ୱଳା’ ଯୋଜନାରେ ୩ମାସରେ ୦୩ଟି ଗ୍ୟାସ ମାଗଣାରେ ଉପଭୋକ୍ତାଙ୍କୁ ଯୋଗାଇ ଦେଇଥିବା ବେଳେ କରୋନାର ୨ୟ ଲହର ତା’ଠାରୁ ବେଶି କଷ୍ଟକର ଓ ଅଭାବୀ ସମୟ ଦେଇ ଗତି କରୁଥିବା ବେଳେ ମାଗଣା ଗ୍ୟାସ ମିଳିବା କଥା ଛାଡନ୍ତୁ ବରଂ ଦର ବଢ଼ି ବଢ଼ି ଚାଲିଛି । ଏହା ସାଧାରଣ ଲୋକଙ୍କ ଜୀବନକୁ ଦୁର୍ବିସହ କରି ଚାଲିଛି । କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close