ଯାଜପୁରର କ୍ଷେତ୍ରାଧିଶ୍ୱର ଶ୍ରୀ ଯଜ୍ଞ ବରାହ ଜୀଉଙ୍କ ସ୍ୱନକ୍ଷତ୍ର ଦିବସ ଜାନୁୟାରୀ ୧୧ ରେ

ଯାଜପୁର,୦୮/୦୧(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁରର କ୍ଷେତ୍ରାଧିଶ୍ୱର ଶ୍ରୀ ଯଜ୍ଞ ବରାହ ଜୀଉଙ୍କ ପବିତ୍ର ସ୍ୱନକ୍ଷତ୍ର ଦିବସ ପତି ବର୍ଷ ପବିତ୍ର ବକୁଳ ଅମାବାସ୍ୟା ତିଥିରେ ପାଳିତ ହୁଏ । ଚଳିତ ବର୍ଷ ଏହି ତିଥି ଜାନୁୟାରୀ ୧୧ ତାରିଖରେ ପଡୁଥିବାରୁ ବରାହ ଜୀଉଙ୍କର ଜନ୍ମ ଦିନ ପାଳନ ପାଇଁ ରୀତିନୀତି ଅନୁସାରେ କାର୍ଯ୍ୟକ୍ରମ କରାଯିବ ବୋଲି ତହସିଲଦାର ତଥା-ମ୍ୟାନେଜିଂ ଟ୍ରଷ୍ଟି, ଶ୍ରୀ ବରାହନାଥ ଜୀଉ ଟ୍ରଷ୍ଟବୋର୍ଡ, ଯାଜପୁର ଶ୍ରୀ ଜ୍ୟୋତିକାନ୍ତ ଭୁଜବଳ ସୂଚନା ପ୍ରଦାନ କରିଛନ୍ତି । ଯାଜପୁର କ୍ଷେତ୍ରାଧିଶ୍ୱର ଶ୍ରୀ ଯଜ୍ଞ ବରାହ ଜୀଉଙ୍କ ସ୍ୱନକ୍ଷତ୍ର ଉତ୍ସବର ବିଭିନ୍ନ କାର୍ଯ୍ୟ ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଶ୍ରୀ ଜୀଉଙ୍କର ଏହି ପବିତ୍ର ଓ ଦୁର୍ଲ୍ଲଭ ବେଶକୁ ଦର୍ଶନ କରିବା ସହ ଆଶିଷ ପ୍ରାପ୍ତ ହେବାକୁ ତହସିଲଦାର ଶ୍ରୀ ଭୁଜବଳ ଅନୁରୋଧ କରିଛନ୍ତି । ଯାଜପୁରର କ୍ଷେତ୍ରାଧିଶ୍ୱର ଶ୍ରୀ ଯଜ୍ଞ ବରାହ ଜୀଉଙ୍କ ପବିତ୍ର ସ୍ୱନକ୍ଷତ୍ର ଦିବସର ବିଭିନ୍ନ କାର୍ଯ୍ୟ ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଜାନୁୟାରୀ ୧୧ ତାରିଖ ଶ୍ରୀ ଜୀଊଙ୍କ ମହାସ୍ନାନ ଓ ଠାକୁରଙ୍କ ବେଶ ସକାଳ ଘ.୫.୦୦ ରୁ ଘ.୦୯.୩୦ ମିନିଟ । ସକାଳ ଘ.୦୯.୩୦ ମିନିଟ ରୁ ଘ.୧୦.୩୦ ମିନିଟ ମଧ୍ୟେ ବାଲ୍ୟଭୋଗ ଓ ଆଳତୀ । ସକାଳ ଘ.୧୦.୩୦ ମିନିଟ ରୁ ଅପରାହ୍ନ ଘ. ୩.୦୦ ମଧ୍ୟେ ସ୍ୱନକ୍ଷତ୍ର ପୂଜା ଓ ମନ୍ଦିର ଉପରେ ନେତ ବନ୍ଧା । ଅପରାହ୍ନ ଘ. ୧.୩୦ ମିନିଟରେ ପ୍ରସାଦ ସେବନ । ସଂଧ୍ୟା ଘ.୬.୦୦ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବ ବୋଲି ମାନେଜିଂ ଟ୍ରଷ୍ଟି ପ୍ରକାଶ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close