ଗୀତ ଗୋବିନ୍ଦ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ

ଯାଜପୁର,୪/୧୧(ସନ୍ତୋଷ ରଥଙ୍କ ଠାରୁ): ଯାଜପୁରର ବିରିପଟା ଜଗନ୍ନାଥ ମନ୍ଦିର ପରିସରରେ ଗୀତ ଗୋବିନ୍ଦ ଲୋଗୋ ଉନ୍ମୋଚନ ହୋଇଅଛି । ଏହି ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ସଙ୍ଗୀତ ନିର୍ଦ୍ଦେଶକ ପ୍ରତାପ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ହରିହର ସ୍ଵାଇଁ ଯୋଗ ଦେଇଥିବା ବେଳେ ଉଦ୍‌ଘାଟକ ଭାବେ ଜୁଣଭଦ୍ରା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ଚନ୍ଦନ ଶ୍ରୀକ୍ଷେତ୍ର କମିଟିର ସଭାପତି ସୁବାଷ ଚନ୍ଦ୍ର ରାଉତ ଓ ସମ୍ମାନିତ ଅତିଥି ଭାବେ ରିଜିଓନାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ କୈଳାଶ ଚନ୍ଦ୍ର ବେହେରା ଯୋଗ ଦେଇ ଜଗନ୍ନାଥଙ୍କ ଲୋଗୋ ଉନ୍ମୋଚନ କରିଛନ୍ତି। ଏହାପରେ ନୁର୍ତ୍ୟ ଅଭିନୟରେ ସୋମେୟା ପତି ଓ ଶର୍ମିଷ୍ଠା ପଣ୍ଡା ଓଡିଶୀ ନୁର୍ତ୍ୟ ଅଭିନୟ କରିଥିଲେ ଓ ଏହାର ଶୂଟିଂ ମଧ୍ୟ ହୋଇଯାଇଛି । ସମାଜସେବୀ ଘନଶ୍ୟାମ ରାୟ ସମସ୍ତ କାର‌୍ୟ୍ୟକୁ ସଞ୍ଚାଳନ କରିଛନ୍ତି। ଶେଷରେ ମୁଖ୍ୟ ଅତିଥି ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ଶ୍ରୀ ସ୍ଵାଇଁଙ୍କ ସମେତ ଅନ୍ୟ ଅତିଥିମାନଙ୍କୁ ଜଗନ୍ନାଥ କମିଟି ପକ୍ଷରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର‌୍ୟ୍ୟକ୍ରମକୁ ଏମ.ବି ଟିଭି ପକ୍ଷରୁ ପ୍ରଶାନ୍ତ ଗେଡି ଓ ସନ୍ତୋଷ ପଣ୍ଡା କ୍ୟାମେରାରେ ସୁନ୍ଦର ଭାବେ ଉତ୍ତେ।ଳନ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close