ମୂର୍ତ୍ତି ବିବାଦ ନେଇ ମୁଣ୍ଡ ନୁଆଁଇଲେ ସରକାର: ପୂଜା କମିଟି ସହ ଆଲୋଚନା,୨ ଦିନରେ ସ୍ଥିର ହେବ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା

ଯାଜପୁର ; ୦୮/୦୯ ( ସନ୍ତୋଷ ରଥଙ୍କ ଠାରୁ) :  ଜନସାଧାରଣଙ୍କ ଦାବିକୁ ସମ୍ମାନ ଦେଇ ମୁଣ୍ଡ ନୁଆଁଇଲେ ସରକାର । ଗୋଟିଏ ପଟେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର କଠୋର କଟକଣା ଲଗାଇବା ପାଇଁ ବାଧ୍ୟ ହେଉଥିବାବେଳେ ଅନ୍ୟପକ୍ଷରେ ରାଜ୍ୟବାସୀଙ୍କ ଭାବାବେଗ । ତେଣୁ ଜନସାଧାରଣଙ୍କ ଦାବି ଆଗରେ ସରକାର ନରମିଛନ୍ତି । ରାଜ୍ୟରେ ପାର୍ବଣକୁ ନେଇ ରାଜ୍ୟ ସରକାର ଜାରିକରିଥିବା ଗାଇଡ଼ ଲାଇନକୁ କୋହଳ କରିବା ପାଇଁ ସରକାର ଆଜି ଆଲୋଚନା କରିଛନ୍ତି । ପାର୍ବଣରେ ୪ଫୁଟ ଉଚ୍ଚତାର ମୂର୍ତ୍ତି ଓ ଆବଦ୍ଧ କ୍ଷେତ୍ର ମଧ୍ୟରେ ପୂଜାକୁ ନେଇ କଟକରେ ଅସନ୍ତୋଷ ତିବ୍ରତର ହେବାରେ ଲାଗିଛି । ବିଭିନ୍ନ ପୂଜା କମିଟି ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ପର୍ଯ୍ୟନ୍ତ ସବୁଠାରେ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଥିଲା । ଏପରିକି କଟକ ନଗର ବିଜେପି ପକ୍ଷରୁ ଆସନ୍ତା ୧୩ତାରିଖ ଦିନ କଟକ ବନ୍ଦ ଡାକରା ଦେଇଥିଲା । ତେବେ ଏସବୁ ଦୃଷ୍ଟିରୁ ରାଜ୍ୟ ସରକାର ମୁଣ୍ଡନୁଆଁଇବାକୁ ବାଧ୍ୟ ହୋଇଛନ୍ତି । ଗୋଟିଏ ପଟେ ଜନସାଧାରଣଙ୍କ ଅସନ୍ତୋଷ ଅନ୍ୟପକ୍ଷରେ ରାଜନୀତି ସରଗରମ । ତେଣୁ ଆଗକୁ ନିର୍ବାଚନ ଥିବାରୁ ବିଜେପି, କଂଗ୍ରେସ ଓ ବିଜେଡି ଜନସମର୍ଥନ ସାଉଁଟିବାରେ ଲାଗିଛନ୍ତି । ଏହି ସମୟରେ ପାର୍ବଣକୁ ନେଇ ଅସନ୍ତୋଷ କାଳେ ନିର୍ବାଚନରେ ପ୍ରତିଫଳିତ ହେବ ତାହାକୁ ନେଇ ବହୁ ଅଙ୍କକଷା ପରେ ସରକାର ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ଯଦି ବିଜେପିର କଟକ ବନ୍ଦ ସଫଳ ହୋଇଯାଏ ତେବେ କଟକରେ ବିଜେଡିକୁ ଶକ୍ତ ଧକ୍କା ଲାଗିବାର ଆଶଙ୍କା ରହିଛି । ତେଣୁ ଏସବୁକୁ ଭଣ୍ଡୁର କରିବା ପାଇଁ ପାର୍ବଣ ଗାଇଡଲାଇନରେ ସମ୍ୟକ ପରିବର୍ତ୍ତନ କରିବା ସରକାରଙ୍କ ପାଇଁ ବୁଦ୍ଧିମାନର କାର୍ଯ୍ୟ ବୋଲି ବହୁ ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । ତେବେ ଯାହାବି ହେଉ ଜନସାଧାରଣଙ୍କ ଦାବିକୁ ନେଇ ସରକାରଙ୍କ ପକ୍ଷରୁ ଆଜି ପାର୍ବଣ ନେଇ ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା ହୋଇଯାଇଛି । ମାତ୍ର ଆଲୋଚନାର ନିଷ୍କର୍ଷକୁ ଅନୁଧ୍ୟାନ କଲେ ସାପ ମରିନି କି ବାଡ଼ି ଭାଙ୍ଗିନି ବୋଲି ବହୁ ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି । ସରକାର ଆଲୋଚନା ଛଳରେ ସମୟ ନେଇ ଏହି ଘଟଣାକୁ ଅଧିକ ତର୍ଜମା କରିବା ପାଇଁ ଯୋଜନା କରିଥିବା କୁହାଯାଉଛି । ଅନ୍ୟପକ୍ଷରେ ପାର୍ବଣ ସମୟରେ ୪ ଫୁଟ୍ ଉଚ୍ଚତାର ମୂର୍ତ୍ତି ସହ ଆବଦ୍ଧ ପୂଜା ପାଇଁ ଜାରି ହୋଇଥିବା ଗାଇଡଲାଇନକୁ ନେଇ ସରକାର ସାମାନ୍ୟ କୋହଳ ମନୋଭାବ ମଧ୍ୟ ପୋଷଣ କରିଛନ୍ତି । ଆସନ୍ତା ୨ ଦିନ ମଧ୍ୟରେ ମୂର୍ତ୍ତିର ଉଚ୍ଚତା ନେଇ ନିଷ୍ପତ୍ତି ନିଆଯିବ ବୋଲି ଆଜି ଲୋକସେବା ଭବନରେ ଆୟୋଜିତ ବୈଠକରେ କୁହାଯାଇଛି । ଏହାବାଦ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଆବଦ୍ଧ ଭାବେ ପୂଜା କରାଯିବ ନା ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇବେ ସେତେବେଳର କରୋନା ସ୍ଥିତି ଅନୁଯାୟୀ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ମୂର୍ତ୍ତି ଉଚ୍ଚତା ନେଇ ସମାଧାନ ହୋଇ ପାରିନଥିବା ଯୋଗୁଁ ପୂଜାକମିଟିମାନେ ମୂର୍ତ୍ତି ନିର୍ମାଣ କରିପାରୁନାହାନ୍ତି । ଯାହା ପାର୍ବଣ ପ୍ରସ୍ତୁତିରେ ବିଳମ୍ବ ହେଉଥିବା ଭଳି ଅଭିଯୋଗ ମଧ୍ୟ ଉଠିଛି ।
ତେବେ ଏହି ବୈଠକରେ କଟକ ମହାନଗର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କୁ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ବୈଠକ ପାଇଁ ଆମନ୍ତ୍ରଣ କରାଯାଇଥିଲା ।ଯାହାକୁ ନେଇ ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ଉଭୟ ପକ୍ଷ ମଧ୍ୟରେ ଆଲୋନଚା ହୋଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ, ଉପମୁଖ୍ୟ ଶାସନ ସଚିବ, କିଛି ନିର୍ବାଚିତ ପ୍ରତିନିଧି, ସାମାଜିକ କର୍ମୀ, କଟକ ମହାନଗର ଶାନ୍ତି କମିଟି, କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି, ପୂଜା କମିଟି ସଦସ୍ୟ ଉପସ୍ଥିତ ଥିଲେ । ତେବେ ବୈଠକ ଶେଷ ପରେ ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ତ୍ରିପାଠୀ କହିଛନ୍ତି ଯେ, ମୂର୍ତ୍ତି ଉଚ୍ଚତା ନେଇ ୨ ଦିନ ଭିତରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଆବଦ୍ଧ ପୂଜାକୁ ନେଇ ପରିସ୍ଥିତି ଅନୁସାରେ ସରକାର ନିଷ୍ପତ୍ତି ନେବେ । ପୂଜା ଆଉ ମାସେ ଅଛି, ସେତେବେଳର ସ୍ଥିତି ଅନୁସାରେ ନିଷ୍ପତ୍ତି ନିଆଯିବ । ଏଥିସହ ସେ ପୁଣି କହିଛନ୍ତି ଯେ, କଟକବାସୀଙ୍କ ଭାବାବେଗକୁ ସରକାର ସକରାତ୍ମକ ଭାବେ ଗ୍ରହଣ କରିଥିବା ବିଶ୍ୱାସ ହେଉଛି । କୋଭିଡ ଗାଇଡଲାଇନ୍ ଭିତରେ ଭକ୍ତ ଦର୍ଶନ ପାଇଁ ଅନୁମତି ମିଳୁ ବୋଲି ଦାବି ଜଣାଇଛୁ । ଆମ ପାଇଁ ମଧ୍ୟ ପ୍ରତି ଜୀବନ ମୂଲ୍ୟବାନ । ତେଣୁ ସରକାରଙ୍କ ସହ ଆମେ ଏକମତ । ତେଣୁ ପୂଜା ସମୟରେ ସେବେକାର କରୋନା ସ୍ଥିତିକୁ ଦେଖି ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ନା ନାହିଁ ତାହା ସ୍ଥିର କରାଯିବ । ଏହି ନିୟମ ସମଗ୍ର ରାଜ୍ୟରେ ଲାଗୁ ହେବ ବୋଲି ସେ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close