ଯାଜପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଜୟନାରାୟଣ ମହାପାତ୍ରଙ୍କ ପରଲୋକ

ସୁକିନ୍ଦା, ୦୪ା୭(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ବୟୋଜ୍ୟେଷ୍ଠ ତଥା ବରିଷ୍ଠ ସାମ୍ବାଦିକ ଜୟନାରାୟଣ ମହାପାତ୍ର (ଭିକ୍ଟର ବାବୁ)ଙ୍କ ୮୦ ବର୍ଷ ବୟସରେ ଆଜି ଭୋର ସମୟରେ ପରଲୋକ ହୋଇଛି । ସେ ସୁକିନ୍ଦା ନିକଟବର୍ତୀ ସଂସାଇଲୋ ଠାରେ ରହି ଆସୁଥିଲେ । ସେ ଦୈନିକ ପ୍ରଜାତନ୍ତ୍ରରେ ବହୁ ଦିନ ଧରି ସୁକିନ୍ଦା ପ୍ରତିନିଧି ରହିବା ପରେ ଏବେ ‘ମନ୍ଥନ’ର କଳିଙ୍ଗନଗର ପ୍ରତିନିଧି ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ ହୋଇଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ତାଙ୍କର ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ତାଙ୍କ ବିୟୋଗ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେବା ସହ ଜିଲ୍ଲା ଓ ରାଜ୍ୟ ସାମ୍ବାଦିକଙ୍କ ମହଲରେ ବିଶାଦ ଭରି ଦେଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close