ପୂର୍ବତନ ସମାଜ ଜିଲ୍ଲା ପ୍ରତନିଧି ସ୍ବର୍ଗତ ସୁରେଶ ଚନ୍ଦ୍ର ପାଢ଼ୀଙ୍କ ପରିବାରକୁ ମିଳିଲା ସରକାରଙ୍କ ତରଫରୁ ଅନୁକମ୍ପା ସହାୟତା

ରାୟଗଡା ; ୦୬/୦୯ (ବ୍ୟୁରୋ) : ଦୈନିକ ସମ୍ବାଦ ପତ୍ର “ସମାଜ”ର ପୂର୍ବତନ ଜିଲ୍ଲା ପ୍ରତିନିଧି ସ୍ବର୍ଗତ ସୁରେଶ ଚନ୍ଦ୍ର ପାଢ଼ୀଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଗତକାଲି ସେପ୍ଟେମ୍ବର ୪ତାରିଖ ଦିନ ୪(ଚାରି )ଲକ୍ଷ ଟଙ୍କl ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ସ୍ବର୍ଗତ ପାଢ଼ୀ ଗତ ୨୦‍୧୮ ଡ଼ିସେମ୍ବର ମାସ ୩୧ ତାରିଖରେ ଚିକତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ l ମୃତ୍ୟୁ ପରେ ତାଙ୍କ ପରିବାରଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଅନୁକମ୍ପା ସହାୟତା ପ୍ରଦାନ ନିମନ୍ତେ ତାଙ୍କର ଆବଶ୍ୟକୀୟ କାଗଜ ପତ୍ର ୨୦୨୦ ମସିହାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ସରକାରଙ୍କ ନିକଟକୁ ପ୍ରେରଣ କରାଯାଇଥିଲା l ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏହାକୁ ବିଚାର କରି ଗତକାଲି ସ୍ବର୍ଗତ ପାଢ଼ୀଙ୍କର ପତ୍ନୀଙ୍କ ଵ୍ୟାଙ୍କ ଖାତାକୁ ଚାରିଲକ୍ଷ ଟଙ୍କା ସିଧାସଳଖ ଟ୍ରାନ୍ସଫର କରିଥିବାରୁ ସ୍ୱର୍ଗତ ସାମ୍ବାଦିକ ଶ୍ରୀ ପାଢ଼ୀଙ୍କ ସ୍ତ୍ରୀ ସଂଗୀତ ପାଢ଼ୀ ଓଡିଶା ସରକାରଙ୍କୁ,ବିଶେଷ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ, ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଏବଂ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି l ଏହି ଖବର ପାଇ ରାୟଗଡ ଜିଲ୍ଲାର କାର୍ଯ୍ୟରତ ସମସ୍ତ ସାମ୍ବାଦିକମାନେ ମଧ୍ୟ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି l

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close