ପାର୍ବଣ ପାଳନକୁ ନେଇ ତେଜୁଛି ଅସନ୍ତୋଷ:୧୩ରେ କଟକ ବନ୍ଦ ଡାକରା ଦେଲା ବିଜେପି

ଯାଜପୁର ; ୦୬/୦୯ (ସନ୍ତୋଷ ରଥଙ୍କ ଠାରୁ) : ରାଜ୍ୟ ସରକାରଙ୍କ ପାର୍ବଣ କଟକଣାକୁ କଟକ ନଗର ବିଜେପି ବିରୋଧ କରିଛି । ରାଜ୍ୟରେ ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ପ୍ରେକ୍ଷାଳାୟ ଖୋଲିଥିବାବେଳେ କେଉଁ ଆଧାରରେ ପାର୍ବଣ ଉପରେ କଟକଣା ଲଗା ଯାଉଛି ବୋଲି ବିଜେପି ପକ୍ଷରୁ ପ୍ରଶ୍ନ ହୋଇଛି । ସରକାର ନିର୍ବାଚନ ପ୍ରଚାର ପାଇଁ ଯେତିକି କଟକଣା ଲାଗୁକରିଛନ୍ତି ପାର୍ବଣ ପାଇଁ ତାହା ଠାରୁ ଅଧିକ କଟକଣା ଲାଗୁ କରିବା ଦୁର୍ଭାଗ୍ୟ ଜନକ ବୋଲି କର୍ମକର୍ତ୍ତାମାନେ କହିଛନ୍ତି । ତେବେ ସରକାରଙ୍କ ଏପରି ଅଜବ କଟକଣା ପ୍ରତିବାଦରେ ଆସନ୍ତା ୧୩ ତାରିଖରେ ବିଜେପି ପକ୍ଷରୁ କଟକ ସହର ବନ୍ଦ ଡାକରା ଦିଆଯାଇଛି । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁଙ୍କ କହିବା ଅନୁସାରେ ଦୁର୍ଗା ପ୍ରତିମାଙ୍କ ଉଚ୍ଚତା ୪ ଫୁଟରେ ସୀମିତ ଓ ପରଦା ଭିତରେ ରଖି ପୂଜା କରିବା ପାଇଁ ରାଜ୍ୟ ସରକାର ପାର୍ବଣ ଗାଇଡ୍ଲାଇନରେ ଦର୍ଶାଇଛନ୍ତି । ଏହା ବିରୋଧରେ ଜନସାଧାରଣଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି । ଇତି ମଧ୍ୟରେ ହଜାରେ ବର୍ଷର ପରମ୍ପରା ଓ ଐତିହ୍ୟର ସହର କଟକର କୋଣ ଅନୁକୋଣରେ ପ୍ରତିବାଦର ସ୍ୱର ତୀବ୍ରତର ହେବାରେ ଲାଗିଛି । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସାଧାରଣ ଲୋକ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବୋଲି ଶ୍ରୀ ବଡୁ କହିଛନ୍ତି । ସେ ପୁଣି କହିଛନ୍ତି ଯେ, କରୋନା ଭଳି ମାହାମାରୀ ସମୟରେ ପୂର୍ବରୁ ରାଜ୍ୟ ସମେତ କଟକ ସହରବାସୀ ଶୃଙ୍ଖଳିତ ଭାବେ କୋଭିଡ୍ କଟକଣାକୁ ମାନିଛନ୍ତି । ବର୍ତ୍ତମାନ ସ୍ଥିତିକୁ ଦେଖି କଟକଣାରେ ବହୁ କୋହଳ କରାଯାଇଛି । ସମସ୍ତ ଧର୍ମାନୁଷ୍ଠାନ, ସରକାରୀ ଅଫିସ୍‌, ବେସରକାରୀ ଅଫିସ୍‌, ପ୍ରେକ୍ଷାଳୟ, ଦୋକାନ-ବଜାର ଖୋଲି ଦେଇଛନ୍ତି । ତେବେ ମା’ଙ୍କ ପୂଜା ପାଇଁ ମଣ୍ଡପକୁ ଆବଦ୍ଧ କରିବା ଦୁର୍ଭାଗ୍ୟଜନକ । ରାଜ୍ୟରେ ସବୁ ଖୋଲା ଯାଇଥିବାବେଳେ ପାର୍ବଣ ବେଳେ ସରକାର ଜିଦ୍‌ଖୋର ମନୋଭାବ ଦେଖାଇବା ବିଡ଼ମ୍ବନାର ବିଷୟ । ଏଥିରୁ ଜଣାପଡ଼ିଛି ରାଜ୍ୟ ସରକାରଙ୍କର ଏହା ହେଉଛି ଏକ ବିକୃତ ଚିନ୍ତାଧାରା । ସାଧାରଣ ଲୋକଙ୍କ ଭାବାବେଗ ସହିତ ରାଜ୍ୟ ସରକାର ଖେଳୁଛନ୍ତି । ରାଜ୍ୟ ସରକାର ଏହାର ପୁନର୍ବିଚାର ନକଲେ ଆସନ୍ତା ୧୩ ତାରିଖରେ କଟକ ସହର ବନ୍ଦ ରଖିବାକୁ ବିଜେପି ନିଷ୍ପତ୍ତି ନେଇଥିବା ଶ୍ରୀ ବଡ଼ୁ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close