ଡ଼ା. ପି କେ ସାହୁ ‘ପେଡ୍ରିଆଟିକ୍ ଆଲର୍ଜି ଓ ଆପ୍ଲାଏଡ ଇମ୍ୟୁନୋଲୋଜି’ ଓଡ଼ିଶା ଶାଖାର ସଭାପତି ହେଲେ

ବ୍ୟାସନଗର, ୦୫/୧୦: ଯାଜପୁର ଜିଲ୍ଲାର ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ତଥା ବ୍ୟାସନଗର ପୈାର ପରିଷଦ ଅଂଚଳର ନିର୍ଭରଯୋଗ୍ୟ ଓ ସୁନାମଧନ୍ୟ ଡ଼ା. ପ୍ରସନ୍ନ କୁମାର ସାହୁ ଓଡ଼଼ିଶା ଶିଶୁ ଚିକିତ୍ସକ ସଂଘର ସଭାପତି ଭାବେ କାର୍ଯ୍ୟରତ ଥିବା ବେଳେ ପୁଣି ଗତ କାଲି ରବିବାର ସନ୍ଧ୍ୟାରେ ‘ପେଡ୍ରିଆଟିକ୍ ଆଲର୍ଜି ଓ ଆପ୍ଲାଏଡ ଇମ୍ୟୁନୋଲୋଜି’ ଓଡ଼ିଶା ଶାଖାର ପ୍ରତିଷ୍ଠାତା ସଭାପତି ରୂପେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ଗତକାଲି ଅନୁଷ୍ଠିତ ଭିଡିଓ କନଫରେନ୍ସି ଜରିଆରେ ଏହି ଶାଖା ଉଦ୍‌ଘାଟିତ ହୋଇଯାଇଛି । ଏହି ନୂତନ ସଂଘର ସଭାପତି ଭାବେ ଡ଼ା. ସାହୁ ନିର୍ବାଚିତ ହେବା ପରେ ବ୍ୟାସନଗର ଓ ଏହାର ଆଖପାଖ ଅଂଚଳରେ ବହୁ ବ୍ୟକ୍ତିବିଶେଷ ଖୁସି ବ୍ୟକ୍ତ କରିଛନ୍ତି । ଏହି ଅବସରରେ ଅନୁଷ୍ଠିତ ଏକ ବୈଜ୍ଞାନିକ ପାଠ୍ୟକ୍ରମରେ ଭାରତର ୦୩ଜଣ ପ୍ରସିଦ୍ଧ ଆଲର୍ଜି ବିଶେଷଜ୍ଞ ଡ଼ା. ଏଚ. ପରମେଶ, ଟି. ସୁକୁମାରନ, ମେଜର କେ. ନାଗରାଜୁ ଏବଂ ଓଡ଼ିଶା ହାଇଟେକ୍ ମେଡିକାଲ କଲେଜ, ଭୁବନେଶ୍ୱରର ଶିଶୁରୋଗ ପ୍ରଫେସର ଡ଼ା. ନାରାୟଣ ମୋଦି ପ୍ରମୁଖ ଭିଡିଓ କନଫରେନ୍ସି ମାଧ୍ୟମରେ ଯୋଗ ଦେଇ ଏଥିରେ ଅଂଶଗ୍ରହଣ କରିଥିବା ଡାକ୍ତରମାନଙ୍କୁ ଶିଶୁ ଆଲର୍ଜି ଓ ଶ୍ୱାସ ରୋଗ ଉପରେ ପ୍ରଶିକ୍ଷିତ କରିଥିଲେ । ଏହି ସମ୍ମିଳନୀରେ ବିଶିଷ୍ଟ ଶିଶୁ ରୋଗ ବିଭାଗ ପ୍ରଫେସର ଡ଼ା. ରବିକୁମାର ଶତପଥି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନୂତନ କର୍ମକର୍ତାମାନଙ୍କୁ ଅଧିଷ୍ଠିତ କରାଇଥିଲେ । ଏହା ସହିତ ଓଡ଼ିଶାର ଆଉ ୦୩ଜଣ ବରିଷ୍ଠ ଶିଶୁରୋଗ ପ୍ରଫେସର ଡ଼ା. ଅରକ୍ଷିତ ସ୍ୱାଇଁ, ଡ଼ା. ନିରଞ୍ଜନ ମହାନ୍ତି ଓ ଡ଼ା. ଲୀନା ଦାସ ପ୍ରମୁଖ ଏଥିରେ ଭାଗ ନେଇ ଶିଶୁ ଆଲର୍ଜି ଓ ଶ୍ୱାସ ରୋଗ ଉପରେ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହି ସଂଘ ଓଡ଼ିଶାରେ ଶିଶୁ ଆଲର୍ଜି ଓ ଶ୍ୱାସ ରୋଗ ଉପରେ ଗବେଷଣା କରି ବିଶେଷଜ୍ଞମାନଙ୍କୁ ନୂତନ ଦିଗ୍‌ଦର୍ଶନ ଦେବାରେ ସାହାଯ୍ୟ କରିବା ସହ ଓଡ଼ିଶାର ଅଗଣିତ ଶିଶୁ ଏହାଦ୍ୱାରା ଉପକୃତ ହେବାର ଆଶା ସଂଚାରିତ ହୋଇଛି । ସୂଚନାଯୋଗ୍ୟ, ଡ଼ା. ପି କେ ସାହୁ ଓଡ଼଼ିଶା ଶିଶୁ ଚିକିତ୍ସକ ସଂଘର ସଭାପତି ଅଛନ୍ତି ଓ ସେ ଏହି ପଦବୀରୁ ଆସନ୍ତା ୩୧ ଡିସେମ୍ବରରେ ଅବ୍ୟାହତି ନେଉଥିବାର ଜଣାଯାଇଛି । ବ୍ୟାସନଗରର ଅଗ୍ରଣି ଶିଶୁ ଚିକିତ୍ସକ ଡ଼ା. ଅଶୋକ ପ୍ରିୟଦର୍ଶୀ ‘ପେଡ୍ରିଆଟିକ୍ ଆଲର୍ଜି ଓ ଆପ୍ଲାଏଡ ଇମ୍ୟୁନୋଲୋଜି’ ଓଡ଼ିଶା ଶାଖାର କାର୍ଯ୍ୟକାରିଣୀ ସଦସ୍ୟ ରୂପେ ମଧ୍ୟ ନିର୍ବାଚିତ ହୋଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close