ଶିକ୍ଷାବର୍ଷ ୨୦୨୧-୨୨ରୁ ମଧ୍ୟାହ୍ନଭୋଜନ ସହ ଯୋଡ଼ିହେବ ଜଳଖିଆ

ଭୁବନେଶ୍ୱର ; ୦୮/୧୨ : (ଜ୍ୟୋତି ରଞ୍ଜନଙ୍କ ଠାରୁ ) ଜାତୀୟ ଶିକ୍ଷାନୀତିକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଅନୁମୋଦନ ମିଳିବାପରେ ଆସନ୍ତା ଶିକ୍ଷାବର୍ଷ ୨୦୨୧-୨୨ରୁ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ସହ ଛାତ୍ରଛାତ୍ରୀଙ୍କୁ ଜଳଖିଆ ଦିଆଯିବାର ଯୋଜନା ପ୍ରସ୍ତୁତ କରାଯାଉଛି। ବିଦ୍ୟାଳୟ ଗୁଡିକରେ ଜଳଖିଆ ଦିଆଯିବା ଉପରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ବିଦ୍ୟାଳୟରେ ବିଦ୍ୟାର୍ଥିମାନଙ୍କ ପାଇଁ ଜଳଖିଆ ପ୍ରସ୍ତୁତିରେ କିଚେନ ଗାର୍ଡେନରୁ ମିଳୁଥିବା ପରିବା ସହାୟକ ହେବ ବୋଲି କୁହାଯାଇଛି। ତେଣୁ ବିଦ୍ୟାଳୟ ପରିସରରେ ଥିବା କିଚେନ ଗାର୍ଡେନ ପ୍ରକଳ୍ପକୁ ଅଧିକ କ୍ରିୟାଶୀଳ କରାଯାଉଛି। ଜିଲ୍ଲା ଶିକ୍ଷା ଅଧିକାରୀ (ଡି ଇ ଓ)ଙ୍କୁ ନେଇ କିଚେନ ଗାର୍ଡେନ କାର୍ଯ୍ୟକ୍ରମର ସମୀକ୍ଷା କରାଯିବ। କରୋନା ମହାମାରୀ ବିପଦ ଟଳିଲେ ବିଦ୍ୟାଳୟ ଖୋଲିବା ପରେ ଏହାକୁ ଅଧିକ ତ୍ୱରାନ୍ୱିତ କରିବାକୁ ସ୍ୱତନ୍ତ୍ର ଯୋଜନା କରାଯାଉଛି। ଆସନ୍ତା ୧୭ ତାରିଖରେ ଏ ନେଇ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମର ସମୀକ୍ଷା କରାଯିବ। ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଭିନ୍ନ ବିଦ୍ୟାଳୟକୁ ବୁଲି କାର୍ଯ୍ୟକ୍ରମର ସ୍ଥିତି ପରଖିବା ସହ ବିଭାଗର ସଚିବ ଓ ମଧ୍ୟାହ୍ନଭୋଜନ ରାଜ୍ୟ ପ୍ରକଳ୍ପ ମୁଖ୍ୟ ଗଙ୍ଗାଧର ସାହୁଙ୍କ ତତ୍ୱାବଧାନରେ ଏହି ପ୍ରକଳ୍ପର କାର୍ଯ୍ୟ ପୁରା ହେବାର ଯୋଜନା ରହିଛି। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close