ଚଣ୍ଡିଖୋଲରେ ୮ଟି ଜିଲ୍ଲାର କୃଷକଙ୍କ ସମାବେଶ

 

ବଡ଼ଚଣା, ୨୨/୦୯(ଶ୍ରୀମନ୍ତ କୁମାର ସାହୁଙ୍କ ଠାରୁ): ଚଣ୍ଡିଖୋଲ ଛକ ଠାରେ ଆଜି ‘ନବ ନିର୍ମାଣ କୃଷକ ସଂଗଠନ’ ଡାକରାରେ ୦୮ଟି ଜିଲ୍ଲାର ଚାଷୀମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଭଦ୍ରଖ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଢ଼େଙ୍କାନାଳ ପ୍ରଭୃତି ୮ଟି ଜିଲ୍ଲାର ଚାଷୀମାନେ ଯୋଗ ଦେଇ ଚଣ୍ଡିଖୋଲ ଛକ ରାଜ ରାସ୍ତାର ଟ୍ରାଫିକ୍ ଉପରେ ବସି ରହି ବିଭିନ୍ନ ନାରା ଦେଇଥିଲେ । ସରକାର ଆମର କଥା ନ ମାନିଲେ ଓ ଆମର ଦାବୀକୁ ଗ୍ରହଣ ନ କଲେ ଆମେ ଜୀବନ ହାରିବୁ ପଛେ ଏଠାରୁ ପଛଘୁଂଚା ଦେବୁ ନାହିଁ । ଏପଟେ କରୋନାର ଭୟ, ମାତ୍ର ସେପଟେ ପେଟର ତାଡ଼ନା । ଏଭଳି ସ୍ଥଳେ ଚାଷୀଙ୍କୁ ନାହିଁ ସରକାରଙ୍କ ସହଯୋଗ କି ସମବେଦନା । କଟକଣା ସତ୍ୱେ ସବୁ ନିୟମକୁ ଜଳାଞ୍ଜଳି ଦେଇ ଶହ ଶହ ଚାଷୀ ଓ ବୟୋଜ୍ୟେଷ୍ଠମାନେ ଅଂଟା ଭିଡି ପ୍ରଶାସନ ନିକଟରେ ସେମାନଙ୍କ ଦମ୍ଭ ଦେଖାଇଲେ । ଯାଜପୁର ଜିଲ୍ଲା ପ୍ରଶାସନ ତରଫରୁ କିଛି ଅଘଟଣ ଘଟିବା ଆଶଙ୍କାରେ ଆବଶ୍ୟକ ପୋଲିସ ଓ ଫୋର୍ସ ମୃତୟନ କରିଥିଲେ । ସେମାନଙ୍କର ଦାବୀଗୁଡିକ ଥିଲା-୧) ବନ୍ୟା ପରବର୍ତୀ ସ୍ଥିତିର ମୁକାବିଲା ସହ ସ୍ଥାୟୀ ବନ୍ୟା ନିୟନ୍ତ୍ରଣ, ୨) ନଦୀବନ୍ଧଗୁଡିକୁ ଉଚ୍ଚା କରିବା ସହ ବନ୍ୟା ଜଳ ନିଷ୍କାସନ ପାଇଁ ପଦକ୍ଷେପ ଗ୍ରହଣ କରିବା, ୩) ରିଲିଫ୍ କୋଡକୁ ସଂଶୋଧନ କରିବା, ୪) ୦୧ ଏକର କ୍ଷତିଗ୍ରସ୍ତ ଚାଷୀଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରିବା ଓ ଭାଗ ଚାଷୀଙ୍କୁ ସହାୟତା ପାଇଁ ସୁନିଶ୍ଚିତ କରିବା, ୫) କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧି ଅଧ୍ୟାଦେଶକୁ ବାତିଲ କରିବା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close